ଭୁବନେଶ୍ୱର,୭/୯(ଏସ ଏସ ନିଉଜ)ଯୁକ୍ତ୩ କଲେଜରେ ନାମଲେଖା ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍-ଅଫ୍ ମାର୍କ ପ୍ରକାଶ ପାଇବ। ଅପରାହ୍ଣ ୨ଟାରେ ମେଧା ତାଲିକା ପ୍ରକାଶ ସହ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାମଲେଖା ଚାଲିବ। ନାମ ଲେଖାଇଥିବା ଛାତ୍ରଛାତ୍ରୀ ୧୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ସ୍ଲାଇଡ୍ -ଅପ୍ ଅପସନ୍ ଫର୍ମ ଅନ୍ଲାଇନ୍ରେ ଦାଖଲ କରିପାରିବେ। ୧୬ ତାରିଖ ଅପରାହ୍ଣ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୬ରୁ ୧୯ ତାରିଖ ମଧ୍ୟରେ ନାମଲେଖା ହେବ।୨୦ ତାରିଖ ଅପରାହ୍ଣ ୨ଟାରେ ସାମ୍ସ ୱେବସାଇଟ୍ର ଇ-ସ୍ପେସ୍ରେ ଖାଲିଥିବା ସିଟ୍ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯିବ। ସ୍ପଟ୍ ସିଲେକ୍ସନ୍ ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବ। ୨୮ତାରିଖରେ ସ୍ପଟ୍ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବା ସହ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ।
