ଜୁନ୍ ୧ରୁ କଂଗ୍ରେସର ନବସଂକଳ୍ପ ଶିବିର

0 154

ଭୁବନେଶ୍ୱର,୩୦/୫(ଏସ ଏସ ନିଉଜ)ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଦଳକୁ ଶୃଙ୍ଖଳିତ ଓ ସୁଦୃଢ ଲାଗି ପଦକ୍ଷେପ ନେବାକୁ ଯାଉଛନ୍ତି । ଏଆଇସିସି ଢାଞ୍ଚାରେ ପିସିସି ଆୟୋଜନ କରିବ ସଂକଳ୍ପ ଶିବିର। ନବ ସଂକଳ୍ପ ଶିବିର ଆୟୋଜନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ଜୁନ ୧ ଓ ୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ନବସଂକଳ୍ପ ଶିବିର!।ଏହି ଶିବିରରେ ନେତା, ବିଧାୟକ, ସାଂସଦ ମାନେ ଯୋଗଦେବେ। ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗଦେବେ। ଶିବିରରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ରେଡମ୍ୟାପ ହେବ। ପୁରୁଣା ଲୋକଙ୍କୁ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.