କଳାକାରମାନେ ପାଳିଲେ ଲୋକକଳା ଦିବସ

ବାରଙ୍ଗ,୧୪।୬(ଏସଏସନିଉଜ) ବୁଧବାର ଦିନ ବାରଙ୍ଗ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି।ସଂଘର ଉପାଧକ୍ଷ ଗୁରୁଚରଣ ଷଡଙ୍ଗୀ ଓ କୋଷାଧ୍ୟ ହୃଦାନନ୍ଦ ବେଉରାଙ୍କ ନେତୃତ୍ୱରେ ବାରଙ୍ଗ ଅଂଚଳର କଳାକାର ମାନେ କନକ ଦୁର୍ଗା ମନ୍ଦିରରେ ଏକାଠି ହୋଇଥିଲେ।ସେଠାରେ କଳାକାର ମାନଙ୍କର ଭବିଷ୍ୟତ ଜୀବନ ଜୀବିକାକୁ ନେଇ ଆଲୋଚନା କରାଯାଇ ଥିଲା।ପରେ ୧୦୦ରୁ ଉର୍ଦ୍ଧ୍ବ ପାରମ୍ପରିକ କଳାକାରମାନେ ଏକାଠି ହୋଇ ଶୋଭାଯାତ୍ରାରେ ମନ୍ଦିରଠାରୁ ବାରଙ୍ଗ ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ।କଳା ବଞ୍ଚିବ ଓ କଳାକାର ବଂଚିବେ ସ୍ଲୋଗାନ ଦେଇ ବିଭିର୍ଣ ଲୋକକଳା ମାଧ୍ୟମରେ ସେମାନନଙ୍କ ଦାବି ଉପସ୍ଥାପିତ କରିଥିଲେ ।ପହିଲି ରଜରେ ବାରଙ୍ଗ ରାସ୍ତାରେ ସଂକୀର୍ତ୍ତନ ,ପାଲା, ଘୋଡାନାଚ ଓ ଦାସ କାଠିଆ ଆଦିର ଦୃଶ୍ୟ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ଼ ଲାଗିରହିଥିଲା।

- Advertisement -

Leave A Reply

Your email address will not be published.