କାଲି ନିଖୋଜ,ଆଜି ପୋଖରୀରୁ ମିଳିଲା ମୃତଦେହ

ମେଣ୍ଢାଶାଳ,୧।୩(ଏସଏସନିଉଜ)ଜଙ୍ଗଲ୍ ଭ୍ୟୁ ରେଷ୍ଟୁରାଣ୍ଟ ପଛପଟେ ପୋଖରୀ ଭିତରେ ବୁଡ଼ି ଭାସୁଥିବା ଏକ ମୃତଦେହକୁ ଚନ୍ଦକା ପୋଲିସ ବୁଧବାର ସକାଳେ ଉଦ୍ଧାର କରିଛି ।ମୃତକ ହେଉଛନ୍ତି ଚନ୍ଦକା ଥାନା ଅଧୀନସ୍ଥ କୃଷ୍ଣ ନଗରର ଲମ୍ବୋଦର ଦାଶ (୪୮)।
ପ୍ରକାଶ ଯେ,ଲମ୍ବୋଦର ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ନିକଟ ତାରିଣୀ ବିହାରର ରାଜମନୋହର ରେସିଡେନ୍ସିର ରୁମ୍ ନମ୍ବର ଏ-୧୦୬ ପରିବାର ସହ ରହୁଥିଲେ। ଗତ ୩୧ ତାରିଖ ସକାଳୁ ଲମ୍ବୋଦର ଘରୁ ଯାଇଥିଲେ ମଧ୍ୟ ଫେରି ନଥିଲେ।ଘରୁ ଗଲାବେଳେ କାର,ମୋବାଇଲ୍ ଫୋନ,ମନିପର୍ସ ସାଙ୍ଗରେ ନେଇନଥିଲେ ବୋଲି ପରିବାର ଲୋକ ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ।ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ଆଜି ସକାଳେ ନିଖୋଜ ଲମ୍ବୋଦରର ମୃତଦେହ ଭାସୁଥିବାର ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।ମୃତକ ଙ୍କ ପରିବାର ଲୋକ ଖବର ପାଇ ଆସି ମୃତଦେହକୁ ଚିହ୍ନଟ କରିବା ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇ ପଥାଇଥି ଲା।ତେବେ ଲମ୍ବୋଦର କରଜ କରିଥିବାରୁ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତ କିଛି ଦିନ ହେବ ରହୁଥିଲେ।ସେ ଭାରସମ୍ୟ ହରାଇ ଆତ୍ମହତ୍ୟା କରିଥିବାର ପୋଲିସ ଆଗରେ ପରିବାର ଲୋକ ସୂଚନା ଦେଇଥିବାର ପୋଲିସ ପକ୍ଷରୁ କୁହାଯାଇଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.