ବଗିଚାରେ ଲାଗିଲା ନିଆଁ

କଟକ, ୧।୪(ଏସଏସନିଉଜ)ପାଟପୁର ଛକରେ ଥିବା ଏକ ବଗିଚାରେ ନିଆଁ ଲାଗି ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆ କୁ ଆୟତ୍ତ କରିଛି ।ଏହିଭଳି ଘଟଣା ବୁଧବାର ଦିନ ସକାଳେ ଘଟିଛି।
ପ୍ରକାଶଯେ, ବ୍ରାହ୍ମଣୀ ଗାଁର ଦିଲ୍ଲିପ କୁମାର ସ୍ବାଇଁଙ୍କର ପାଟପୁର ଛକରେ ଗୋଟିଏ ଛୋଟ ଫୁଲ ବଗିଚା ରହିଛି। ଏଥିରେ ବିଭିନ୍ନ ଜାତୀୟ ବୃକ୍ଷ ସହିତ ଘାସ ଗାଲିଚା ରହିଛି। କୌଣସି କାରଣରୁ ବୁଧବାର ଦିନ ସକାଳ ୧୦ଟାରେ ବଗିଚାରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବଗିଚା ପୋଡ଼ି ନଷ୍ଟ ହୋଇଯାଇଥିଲା।ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।

- Advertisement -

Leave A Reply

Your email address will not be published.