କାଳୀମାଡ଼ କରିଥିବା ଯୁବକକୁ ଛାଡିଲା ପୋଲିସ

ସାକ୍ଷୀଗୋପାଳ,୨୦।୮(ଏସଏସନିଉଜ) ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଯୁବକ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତମିଳାଉଥିବା ବେଳେ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ ଉଭୟଙ୍କୁ କାଳିମାଡ଼ କରିଥିଲେ।ଭାସ୍କର ଜଣେ ଏଲ୍‌ଆଇସି ଏଜେଣ୍ଟ୍‌ ହୋଇଥିବାବେଳେ ସେ ସାମାଜିକ ଗଣମାଧ୍ୟମରେ ଗାଁ ର ପାନୀୟ ଜଳ ଯୋଗାଣ ସହ ବିଭିର୍ଣ ସମସ୍ୟାରସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିଲେ।

- Advertisement -

Leave A Reply

Your email address will not be published.