କାମ ଦେଉନି ନୂଆ ଟେକ୍ନୋଲୋଜି ! ରାଜଧାନୀରେ ବେକାବୁ ଅପରାଧୀ , ଥଳକୁଳ ପାଉନି ପୋଲିସ

0 240

ଭୁବନେଶ୍ୱର ; ୨୪/୧୧-ରାଜଧାନୀରେ ଏବେ ବେକାବୁ ଅପରାଧି । କିନ୍ତୁ ସେମାନଙ୍କ ଥଳକୁଳ ପାଉନି ପୋଲିସ ! ଅପରାଧିମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସର ଯେଉଁ ନୂଆ ଟେକ୍ନୋଲୋଜ ହୋଇଛି ତାହା କାମ କରୁନଥିବା ଦେଖିବାକୁ ମିଳୁଛି । ଫଳରେ ଅପରାଧୀମାନେ ପ୍ରତ୍ୟେକ ଦିନ ରାଜଧାନୀରେ ହତ୍ୟାକାଣ୍ଡ , ଛାନତିନ୍ , ଚୋରି ,ଅପହରଣ , ଦୁଷ୍କର୍ମ , ଗ୍ୟାକୱାକ୍ , ଭାଇଗିରି କୁ ନେଇ ତିନୋଟି ହତ୍ୟାକାଣ୍ଡ ଭଳି ଘଟଣା ଭିଆଇ ଆରାମରେ ଖସି ଅପରାଧି ମାନେ ପଳାଉଛନ୍ତି । ଦୁଇ ମାସ ଭିତରେ ରାଜଧାନୀରେ ୫୦ରୁ ଉର୍ଦ୍ଧ ଚୋରି ,ଛାନତିନ୍ ଏବଂ ୫ଟି ହତ୍ୟାକାଣ୍ଡ ଘଟଣା ଘଟିଥିଲେ ମଧ୍ୟ କମିଶନରେଟ୍ ପୋଲିସ ଗୋଟିଏ ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟାଇପାରିନାହିଁ । ଫଳରେ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୋମବାର ସଂନ୍ଧ୍ୟା ସମୟରେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ ଜଟଣୀ ମଣିଆ ଛକ ଅଞ୍ଚଳର ଏ. ଭେଙ୍କଟ ରାଓଙ୍କୁ ଜଣେ ଦୁର୍ବୃତ୍ତ ବେକକାଟି ଅତି ବିଭତ୍ସ ଭାବେ ହତ୍ୟା କରିଥିଲା । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳେଇଦେଇଥିଲା । ଯାହା କମିଶନରେଟ୍ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଏକ ସପ୍ତାହ ପୁରିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ଏହି ଘଟଣା ଉପରୁ ପରଦା ହଟାଇପାରିନି ପୋଲିସ ।

ସେହିପରି ଅକ୍ଟୋବର ୧୯ : ଆଇନ୍‍ଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାକୁ ଗୋଟିଏ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଧଉଳି ଥାନା ପୁଲିସ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇ ପାରିଲା ନାହିଁ । ପୁଲିସ ଆଇନ୍‍ଜୀବୀ ଦୀପାଳିଙ୍କ ମୃତଦେହକୁ ଜବତ କରିବା ପରେ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‍ ବସିପଡିଛି । ଅନ୍ୟପଟେ ଦୀପାଳିଙ୍କ ମୃତ୍ୟୁ ପଛରେ ବଏଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ରଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି । ବିକ୍ରମ ଏବେ ବି ଫେରାର ରହିଥିଲେ ମଧ୍ୟ ପୁଲିସ ତାଙ୍କୁ ଧରିବାରେ ବିଫଳ ହୋଇଛି । ବିକ୍ରମ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି ।

ଅକ୍ଟୋବର ୨୭ : ଏୟାରଫିଲ୍ଡ ଥାନା ସୁନ୍ଦରପଦା ଗ୍ରାମର ଅମରେଶ ନାୟକଙ୍କୁ ଦୀପାବଳି ରାତିରେ ଦୁର୍ବୃତ୍ତମାନେ ପିଟିପିଟି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ହେଲେ ଘଟଣାକୁ ଗୋଟିଏ ମାସ ପୁରିବାକୁ ବସିଥିବାବେଳେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚୁପ ବସିପଡିଛି । ହତ୍ୟାକାରୀମାନେ ଏବେ ବି ଫେରାର ଥିବା ଜଣାପଡିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୬ ଥାନାର ଥାନା ଅଧିକାରୀ ୩ ଜୋନ୍ ଏସିପି, ସ୍ପେଶାଲ ସ୍କ୍ୱାର୍ଡ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ଏବେ ବି ୧୦ରୁ ଅଧିକ ହତ୍ୟାକାରୀ ଫେରାର ଅଛନ୍ତି ।

ନଭେମ୍ବର ୭ : ଖଣ୍ଡଗିରି ଥାନା ବାହାଦଲପୁର ଗ୍ରାମର ଅନିଲ ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିବା ଘଟଣା ରାଜଧାନୀରେ ଆତଙ୍କ ଖେଳିଯାଇଥିଲା । ଗୁଳିମାଡରେ ଅନିଲଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପିତା ଅଭିମନ୍ୟୁ ଜେନା ଗୁରୁତର ଆହତ ହୋଇଥିଲେ । ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଲୋକକୁ ଅଟକ ରଖିବାବେଳେ ମୁଖ୍ୟ ହତ୍ୟାକାରୀ ବାପି ଓ ହାପି ଏବେ ବି ପୋଲିସକୁ ଚକ୍ମା ଦେଇ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଦିନରାତି ଏକ କରି ଲାଗିଥିଲେ ମଧ୍ୟ ସେମାନଙ୍କ ଟେର୍ ପାଇପାରିନାହିଁ ।

ନଭେମ୍ବର ୧୨ : ବରମୁଣ୍ଡାର ଏକ ଡ୍ରେନ୍‍ ଭିତରୁ ଜଣେ ଯୁବକଙ୍କ କଟାଗୋଡ ଜବତ ହେବା ଘଟଣା ରାଜଧାନୀ କୋକୁଆ ଭୟ ସୃଷ୍ଟି କରିଥିଲା । କଟାଗୋଡକୁ ଧରି ଖଣ୍ଡଗିରି ଥାନା ପୁଲିସ ଜଙ୍ଗଲଠାରୁ ଆରମ୍ଭ କରି ପାହାଡ ପର୍ବତ ଖୋଜିଥିଲା । ଶେଷରେ ଶ୍ମଶାନରୁ ଶ୍ମଶାନକୁ ବୁଲିଥିଲେ ମଧ୍ୟ କଟାଗୋଡର ରହସ୍ୟ କଣ ଜାଣିପାରିନାହାନ୍ତି । ପୁଲିସ କଟାଗୋଡର ଡିଏନ୍‍ଏ ଟେଷ୍ଟ ପାଇଁ ପଠାଇଥିବା ତଦନ୍ତକାରୀ ଅଫିସର କହିଛନ୍ତି । ତେବେ କନିଶନରେଟ୍ ପୋଲିସର ଡର ମବକ୍ସର ଡର ୟବକ୍ସର ର ଡିଣ୍ଡିମ୍ ପିଟୁଥିବା ବେଳେ ଏ କଣ ତାର ବାସ୍ତବ ଚିତ୍ର ବୋଲି ବୃଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.