କମାଲ କଲେ ପିୟୁସ

0 205

ଚନ୍ଦ୍ରଶେଖରପୁର,୧୨/୫ (ଏସଏସନିୟୁଜ) ପୁଣି କମାଲ ଦେଖାଇଲେ ପିୟୁସ ।ପ୍ରକାଶ ପାଇଥିବା CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ 95.20 persent ମାର୍କ ରଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପିୟୁସ ପ୍ରତିମ ଜେନା।ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାରରେ ରହୁଥିବା ପିୟୁସ ୯୫.୨୦% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଲ ନମ୍ବର ରଖି ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବୃଦ୍ଧି କରିଛନ୍ତି।ପିୟୁସ ହେଉଛନ୍ତି ପୁର୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଓ ଭାଗ୍ୟଲକ୍ଷ୍ମୀଜେନାଙ୍କ ପୁଅ ।ସେ ଭୁବନେଶ୍ୱରସ୍ଥିତ ଡିଏଭିପବ୍ଲିକସ୍କୁଲ ଛାତ୍ର ଅଟନ୍ତି। ତେବେ ରେଜଲ୍‌ଟ ପ୍ରକାଶ ପାଇବା ପରେ ପିୟୁସ୍ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ପିୟୁସ ଆଗକୁ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି।ପାଠ ପଢା ସହ ସଂଗଠନ କରିବା,କ୍ରୀଡ଼ାରେ ଚମ୍ପିୟାନ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ତିଆରି କରିପାରିଛନ୍ତି।ତେବେ ପୂର୍ବରୁ CBSE ଦଶମ ଶ୍ରେଣୀ ପରୀକ୍ଷାରେ 99.2 persent ମାର୍କ ରଖି ରେକର୍ଡ ସୃଷ୍ଟି କରିଥିଲେ ପ୍ରିତମ ।

Leave A Reply

Your email address will not be published.