କମିଲା ମୋ ବସ ଭଡା , ଆସନ୍ତା ପହିଲା ରୁ ଲାଗୁ

0 360

ଭୁବନେଶ୍ବର: ୨୯/୧୧-ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିସେମ୍ବର ୧ ରୁ  ମୋ ବସ୍ ଭଡା କମ୍ କରାଯାଇଛି । ମୋ ବସ୍ ପକ୍ଷରୁ ଚାଲୁଥିବା ସମସ୍ତ ଶୀତତାପ ନିୟନ୍ତ୍ରିତ ବସ୍(ଏସି) ର ଭଡା ଡିସେମ୍ବର ୧ରୁ ଜାନୁଆରି ୩୧ ଯାଏଁ  କମାଯିବା ନେଇ କ୍ରୁଟ( କ୍ୟାପିଟାଲ ରିଜିନ୍ ଅରବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସୂଚନା ଦିଆଯାଇଛି।ପ୍ରଥମ ୨ କିମି ପାଇଁ ଆଗରୁ ୮ଟଙ୍କା ପରିବର୍ତ୍ତେ ୫ ଟଙ୍କା ନିଆଯିବ ବୋଲି ସୂଚନାମିଳିଛି।  ଏସି ବସର ଭଡା ସାଧାରଣ ମୋ ବସ୍ ପରି ୫,୧୦,୧୫ ଓ ୨୦ ହିସାବରେ ନିଆଯିବ। ଏସି ବସରେ ପୂର୍ବରୁ ସର୍ବାଧିକ ୧୦୦ ଟଙ୍କା ଭଡା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି  ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.