କଣ୍ଟାବାଞ୍ଜି ଓ ଭୁବନ ୧୨ଘଣ୍ଟିଆ ବନ୍ଦ

0 79

ବଲାଙ୍ଗୀର,୨୨ା୮(ଏସଏସନିଉଜ) କଣ୍ଟାବାଞ୍ଜିକୁ ଜିଲ୍ଲାମାନ୍ୟତା ଦାବିନେଇ ଜିଲ୍ଲାସଙ୍ଘର୍ଷସମିତିର ଆହ୍ବାନକ୍ରମେ ୧୨ଘଣ୍ଟିଆ କଣ୍ଟାବାଞ୍ଜିବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀକାର୍ଯ୍ୟାଳୟ ବନ୍ଦ ରହିବାସହ ଯାନବାହନ ଚଳାଚଳ ବନ୍ଦରହିଛି। ଇନ୍ଦିରାଛକ ନିକଟର ସମିତିରକର୍ମକର୍ତ୍ତାମାନେ ରାସ୍ତଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବନ୍ଦ ଡାକରାରେ ସହରର ୪୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି। ସେହିଭଳିଭାବେ କାମାକ୍ଷାନଗର ବିଜେପିପକ୍ଷରୁ ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି୧୨ଦଫାଦାବି ନେଇ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି ।ବନ୍ଦର ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି। ଆଜି ଭୁବନରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀକାର୍ଯ୍ୟାଳୟ , ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ଭୁବନରୁ କଟକ, ଢେଙ୍କାନାଳ ଏବଂ ଯାଜପୁର-ଅନୁଗୁଳକୁ ଯାନବାହନ ଚଳାଚଳ ବନ୍ଦ ରହିଛି।

Leave A Reply

Your email address will not be published.