କଣ୍ଟି ଓ ମାଧିପୁର କାଜରୁପାଣି ଗଡି ୧୪ ପଂଚାୟତ ଜଳବନ୍ଦି

0 433

ଡେଲାଙ୍ଗ୦୧/୦୯(ଏସ॰ଏସ॰ନିୟୁଜ) ଡେଲାଙ୍ଗ ବ୍ଳକ ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେସ ଉପରେ ପ୍ରବାହିତ ହେଉଛି । ଘୋରଡିଆ ଠାରେ ବିପଦ ସଂକେତ ୬.୨୪ ମିଟର ରହିଥିବା ବେଳେ ସୋମବାର ସଂନ୍ଧ୍ୟା ସୁଦ୍ଧା ନଦୀର ଜଳ ସ୍ତର ୭.୬୪ ମିଟର ଉପରେ ପ୍ରବାହିତ ହେଉଛି ପ୍ରତି ଘଂଟାରେ ଜଳସ୍ଥର ବଢିବାରେ ଲାଗିଛି । ଦୟାନଦୀର କଣ୍ଟି ଓ ମାଧିପୁରଠାରେ ଥିବା କାଜରୁ ୪ପୁଟ ଉଚ୍ଚରେ ପାଣି ଗଡିବା ଦ୍ୱାରା ଡେଲାଙ୍ଗ ବ୍ଳକର ଚାଇଁପୁର,ସିଙ୍ଗବ୍ରହ୍ମପୁର,ଗଡମୋଟରି, ସୁଜନପୁର, ସାଉରିଆ,ଘନିପୁର,ଡେଲାଙ୍ଗକୋଠବାଡ,ଅରିଶଲ, ମୁନିନ୍ଦା, କଲ୍ୟାଣପୁର ,ଧାନକେରା ଗୁଆଳିପଡା, ,ବେରବୋଇ ଆଦି୧୪ଟି ପଂଚାୟତରେ ହଜାର ହଜାର ଚାଷ ଜମି ବୁଡିବା ସହ ରାସ୍ତାଘାଟ ବୁଡି ଯାଇଛି ।

Leave A Reply

Your email address will not be published.