କାର୍ଗୋ ବିମାନରେ ଆସିଲା ୪୦୦୦ପରୀକ୍ଷଣ କିଟ୍ -ବାଗ୍‌ଚୀ

0 538

ଭୁବନେଶ୍ୱର,୧୦/୪(ଏସ୍‌ଏସ୍‌ନିୟୁଜ)କରେନା ଭୁତାଣୁ ରୋଗ ର ସଂକ୍ରମଣକୁ ପ୍ରତିହତ କରିବାପାଇଁ ଓଡିଶା ସରକାର ବହୁବିଧ ପଦକ୍ଷପ ଗ୍ରହଣ କରିଚାଲିଛନ୍ତି । ।କୋଭିଡ-୧୯ର ମୁକାବିଲାରେ ରାଜ୍ୟସରକାରଙ୍କ ପ୍ରୟାସକୁ ସଶକ୍ତି କରିବା ଲକ୍ଷରେ ମୁମ୍ବାଇରୁ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଗତକାଲି ସନ୍ଧ୍ୟାରେ ୪୦୦୦ପରୀକ୍ଷଣ କିଟ୍ ଭୁବନେଶ୍ୱରରେ ପହଁଚିଛି । ବୋଲି ରାଜ୍ୟସରକାରଙ୍କର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୁଚନା ଦେଇଛନ୍ତି । ସୁଚନା ଓ ଲୋକସର୍ମ୍ପକ ବିଭାଗର କମିଶନର ତଥା ଶାସନସଚିବ ସଂଜୟ କୁମାରସିଂ,ଆଂଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ସଂଘିତ୍ରା ପତି ଡିଏମ୍‌ଇଟି ପ୍ରଫେସରଡ. ସି.ବି.କେମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟସରକାର ନେଇଥିବା ବିଭିର୍ଣ ପଦକ୍ଷପମୁଳକ ବିଷୟ ଉପରେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।
ଟାଟାଷ୍ଟିଲର ସହାୟତାରେ ବ୍ରହ୍ମପୁରଠାରେ ୨୦୦ଶଯ୍ୟା ଓ ୧୫ ଆଇସିୟୁ ବିଶିଷ୍ଟ କୋଭିଡ୍ ହସପିଟାଲ ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଗଞାମଜିଲ୍ଲା ପ୍ରଶାସନକୁ ପ୍ରସଂସା କରିଛନ୍ତି ।ଏହାଫଳରେ ରାଜ୍ୟରେ ୧୭୯୭ଶର୍ଯ୍ୟା ବିଶିଷ୍ଟ ୯ଟି ସ୍ୱତନ୍ତ୍ର କୋଭିଡ୍ ହସ୍‌ପିଟାଲ କାର୍ଯ୍ୟ କରୁଛି ।ରାଜ୍ୟରେ ଅଧିକ କୋଭିଡ୍ -୧୯ ପରୀକ୍ଷା ନିମନ୍ତେ କ୍ଷମତାବୃଦ୍ଧିପାଇଁ ସରକାର ପଦକ୍ଷପ ଗ୍ରହଣ କରୁଛନ୍ତିା ଏହି ପରିପେକ୍ଷୀରେ ଆଜି ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ କୋଭିଡ ପରୀକ୍ଷାପାଇଁ ଆଇସିଏମ୍‌ଆର ର ଅନୁମୋଦନ ମିଳିଛି । କଟକଏସ୍‌ସିବିମେଡିକାଲ କଲେଜ ଓ ହସ୍‌ପିଟାଲ ପରେ ଏହା ରାଜ୍ୟର ଦ୍ୱିତୀୟ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ ଯେଉଁଠାରେ ଦକ୍ଷିଣ ଓଡିଶାର ଜନସାଧାରଣ ଙ୍କ ପାଇଁ କୋଭିଡ ପରୀକ୍ଷଣର ସୁବିଧା ଉପଲବ୍ଧ ହେବ ।ଭୁବନେଶ୍ୱରସ୍ଥିତ ଆଂଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର (ଆର୍‌ଏମ୍‌ଆରସି)ରେ ଅତ୍ୟାଧୁନିକ କୋବାସ୍ ମେସିନ ସ୍ଥାପନ କରାଯାଇଛି ।ଏହାଦ୍ୱାରା ଆର୍‌ଏମ୍‌ଆରସି କୋଭିଡ ପରୀକ୍ଷଣ କ୍ଷମତା ୧୦୦୦କୁ ବୃଦ୍ଧି ପାଇଛି ଫୁ ଲକ୍ଷଣ ପ୍ରକାଶ ପାଇଲେ ଭୁବନେଶ୍ୱରର ୧୭ଟି ଘରୋଇ ସ୍ୱାସ୍ଥ୍ୟନୁଷ୍ଠାନକୁ ଫିଭର କ୍ଲନିକ ଘୋଷଣା କରାଯାଇ ଜନସାଧାରଣ ପରୀକ୍ଷା ଓ ଚିକିସ୍‌ାପାଇଁ ଯିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିବାଗ ତରଫରୁ ସୁଚନା ଦିଆଯାଇଛି ।କୋଭିଡ-୧୯ ପରିସ୍ଥିତିରେ ଜନସାଧାରଣଙ୍କ ଉପରେ ଆର୍ଥିକଚାପ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅପ୍ରିଲଠାରୁ ଜୁନମାସ ପର୍ଯ୍ୟନ୍ତ ଟ୍ୟୁସନ ଫି କମାଇବା କିମ୍ବା ଫି ଦାଖଲ ତାରିଖ ଘୁଚାଂଇବାକୁ ଅନୁରୋଧ କରିଛନ୍ତି । ଓଡିଶାର ବିଭିର୍ଣ ସ୍ଥାନରେ ଅଟକିଥିବା ବାହର ରାଜ୍ୟର ପ୍ରାୟ ୭୦,୦୦୦ ଅତିଥି ଶ୍ରମଜିବୀଙ୍କୁ ୨୦୧୨ଟି ଶିବର ଜରିଆରେ ଖାଇବା ଓ ରହିବାର ସୁବିଧା ଯୋଗଇଦିଆଯାଇଛି ।ଆଜି ରାଜ୍ୟର ୫୩୮୫ ଗ୍ର।।ମପଚାଂୟତ ରେ ୩,୩୧,୮୫୯ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗଇ ଦିଆଯାଇଛି ।ସେହିପରି ପୈାରାଂଚଳରେ ୩୧,୮୩୨ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶୀକା ଉଲଘଂନ କରିଥିବା ଅଭିଯୋଗରେ ଅପ୍ରଲ୯ରୁ ୧୦ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଂଟା ମଧ୍ୟରେ ୨୧୩ଟି ମାମଲା ଦାୟର କରାଯାଇଛି ।ସେଥିରୁ ୨୦୫ଟି ମାମଲା ଲକ୍ ଡାଉନ ସର୍ମ୍ପକିତ ହୋଇଥିବାବେଳେ ୩ଟି ଗୁଜବ ସୃଷ୍ଟି ପାଇଁ ଓ ୫ଟି କୋଭିଡ୍ -୧୯ ସଂପୃକ୍ତ ନିୟମାବଳୀକୁ ଉଲଁଘନ ପାଇଁ ଅର୍ନ୍ତଭୁକ୍ତ ।ବର୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୩ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି ।

Leave A Reply

Your email address will not be published.