ଭୁବନେଶ୍ୱର,୨୨/୧୧(ଏସଏସନିଉଜ) ପାନଦୋକାନରେ ୨୦ରୁ ଅଧିକ ଯୁବକ ପଶି ୩ଭାଇକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ।ଏହିଭଳି ଘଟଣା ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଗତକାଲି ରାତିରେ ଘଟିଛି। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ୩ଭାଇ ପ୍ରଣବ ସେନାପତି , ପ୍ରଦୋଷ ସେନାପତି ଓ ପ୍ରବୀଣ ସେନାପତିଙ୍କୁ ପୋଲିସ ଉଦ୍ଧାର କରି ଚିକିସ୍। ପାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପ୍ରଣବଙ୍କ କହିବାନୁଯାୟୀ ୨ଦିନ ପୂର୍ବେ ଗାଁର କିଛି ଯୁବକଙ୍କସହ ତାଙ୍କପରିବାରର ଗଣ୍ଡଗୋଳ ହୋଇଥିବାବେଳେ ଏହା ଥାନାରେ ସମାଧାନ ହୋଇଥିଲା। ଏହାକୁନେଇ ଗତକାଲିରାତିରେ ଦୋକାନରେ ପ୍ରାୟ୨୦ରୁଊର୍ଦ୍ଧ୍ୱ ଯୁବକ ହାତରେ ଖଣ୍ଡା , ଫାର୍ସ ଧରି ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ମୋ ୨ଭାଇ ମୋତେ ବଞ୍ଚାଇବାକୁ ଆସି ଆକ୍ରମଣର ଶିକାର ହୋଇଛନ୍ତି।
