ଖଣ୍ଡିଆ ନଦୀତୁଠରୁ ମିଳିଲା ମୃତଦେହ

0 523

ବାରଙ୍ଗ,୩୧/୧(ଏସଏସନିୟୁଜ)ଶୁକ୍ରବାର ସକାଳେ ନନ୍ଦନକାନନଥାନା ପୋଲିସ କେନ୍ଦୁପାଟଣା ଗ୍ରାମପାଖ କୁଆଖାଇ ନଦୀବନ୍ଧର ଖଣ୍ଡିଆ ନଦୀଗାଧୁଆ ତୁଠ କଡରୁ ଏକ ଯୁବକର ମୃତଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଏହି ଥାନା ଅଧିନସ୍ଥ ବେଣାଗାଡିଆ ଗ୍ରାମର ନିରାକର ପୃଷ୍ଟିଙ୍କର ପୁଅ ମନୋଜ(୨୦) । ମନୋଜ ବଡବାଲିପଡା ଛକରେ ଥିବା ଏକ ଫଳ ଦୋକାନରେ କାମ କରୁଥିଲା ।ଶୁକ୍ରବାରଦିନ ସକାଳେ ସନ୍ଦେହଜନକ ଭାବେ ତାର ମୃତଦେହ ପଡିଥିବାର ସ୍ଥାନୀୟ ଗ୍ରାମର କିଚି ଯୁବକ ଶୈାଚ ପାଇଁ ଖଣ୍ଡିଆ ନଦୀକୁ ଯାଇଥିବାବେଳେ ଦେଖିବାକୁ ପାଇଥିଲେ । ମୃତ ଦେହଠାରୁ ଅଳ୍ପଦୁରରେ ତାର ବାଇକ ନଂ ଓଆର୦୨-ଏସି-୬୮୬୨ ପଡିଥିବା ବେଳେ ମୃତଦେହପାଖରେ ଏକ ବାଉଁଶ ପଡିଛି ଓ ମୃତକକଙ୍କ ବେକରେ କ୍ଷତ ଚିହ୍ନ ରହିଛି ।

ଗ୍ରାମବାସୀମାନଙ୍କଠାରୁ ଖବର ପାଇ ନନ୍ଦନକାନନ ଥାନା ପୋଲିସ ଏସଆଇ ନବଘନମଲ୍ଲିକ ଆସି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଜନିତ କାରଣ ହେଇପାରିଥିବାର ପ୍ରାଥମିକଭାବେ ସନ୍ଦେହ କରାଯାଉଛି ବୋଲି କହିଛନ୍ତି । ତେବେ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.