କିଏ ସେ ଶାନ୍ତି ମିଶ୍ର,ଯାହା ପାଇଁ ବିକ୍ଷୋଭ କଲେ ଜମି ଅଧିକାର ମଂଚ

0 451

ବାରଙ୍ଗ,୧୮/୧୨(ଏସ୍‌ଏସ୍‌ନିୟୁଜ)କିଏ ସେ ଶାନ୍ତି ମିଶ୍ର! ଯାହା ପାଇଁ ଶୁକ୍ରବାରଦିନ ମୁଣ୍ଡଳି ଗ୍ରାମ ପଂଚାୟତର ଜମି ଅଧିକାର ମଂଚ ପକ୍ଷରୁ ସରକାରୀ ଜମି ହାତେଇଥିବାର ଅଭିଯୋଗ କରି ବାରଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା ।ବିକ୍ଷୋଭକାରୀ ମାନେ କେବଳ ଶାନ୍ତିମିଶ୍ର ନୁହଁନ୍ତି ,ତାଙ୍କ ସହ ଜଣେ ପୁର୍ବତନ ତହସିଲଦାର ଓ କିଛି ପ୍ରଭାବଶାଳୀ ବ୍ୟକ୍ତିମାନେ ୨୦ଏକର ସରକାରୀ ଜମି ହାତେଇଥିବାର ଗୁରୁତର ଅଭିଯୋଗମାନ ଆଣିଥିଲେ । ଏହାସହ ବାରଙ୍ଗ ସବରେଜିଷ୍ଟ୍ରର ଅଫିସର ସମସ୍ତ ଜମି କ୍ରୟ ବିକ୍ରୟ ଉପରେ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଥିଲେ ।
ଜମି ଅଧିକାର ମଂଚ ପକ୍ଷରୁ କୁହାଯାଇଛି ଯେ, ସୁଭାଷ ମିଶ୍ରଙ୍କ ପନ୍ତୀ ଶାନ୍ତି ମିଶ୍ର ସାଲେପୁରଥାନା ଅଧିନସ୍ଥ ବାଲିଆ ଗ୍ରାମର ଅଟନ୍ତି ।ସେ ଏ ଅଂଚଳର ବାସିନ୍ଦା କିମ୍ବା ଏହି ଅଚଂଳର ପୂର୍ବତନ ଜମିଦାର ନୁହଁନ୍ତି । କିନ୍ତୁ ତାଙ୍କ ନାମରେ ମୁଣ୍ଡଳି, ଚକ୍ରଧରପୁର ଓ ଗୋବିନ୍ଦପୁର ଛକ ନିକଟରୁ ପ୍ରାୟ ୭୪ ଏକର ଜମି ରେକର୍ଡ କରାଯାଇଛି ।ରାଜସ୍ୱ ଆଇନରେ ଥିବା ଗଳାବାଟଗୁଡ଼କି ମାଧ୍ୟମରେ ଏବଂ ଅସାଧୁ ରାଜସ୍ୱ କର୍ମଚାରୀମାନଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଏହି ଜମିଗୁଡିକ ତାଙ୍କ ନାମରେ କରାଯାଇଥିବାର ମଂଚର ସଦସ୍ୟମାନେ ଅଭିଯୋଗ କରିଥିଲେ ।ଦୀର୍ଘବର୍ଷର ଆନ୍ଦୋଳନ ପରେ ୨୦୧୮ ମସିହାରେ ତତକାଳୀନ ଜିଲ୍ଲାପାଳ ନର୍ମିଳ ମଶ୍ରି ସମସ୍ତ ଜମକିୁ ରାଜସ୍ୱ ବିଭାଗର ସର୍ବୋଚ୍ଚ କମଟିକିୁ ସମୀକ୍ଷା ପାଇଁ ପଠାଇଥିଲେ । କନ୍ତିୁ ତତ୍‌କାଳିନ ତହସଲିଦାର ଚକ୍ରଧରପୁର, ଗୋବିନ୍ଦପୁର ମୌଜାର ପ୍ରାୟ ୨୦ ଏକର ଜମିକୁ ସମୀକ୍ଷା ପାଇଁ ନ ପଠାଇ ବେଆଇନ ଭାବରେ ଚାପି ରଖିଥିଲେ ,ଫଳରେ ମୁଣ୍ଡଳି ମୌଜାର ୫୪ ଏକର ଜମିକୁ ସମୀକ୍ଷା କରାଯାଇ ସରକାରୀ ଖାତାକୁ ଫେରାଇ ଅଣାଯାଇଥିବା ବେଳେ ଗୋବିନ୍ଦପୁର, ଚକ୍ରଧରପୁର ମୌଜାର ଅତ୍ୟଧିକ ମୂଲ୍ୟବାନ ୨୦ ଏକର ଜମିକୁ ଶାନ୍ତି ମିଶ୍ର ବିଭିନ୍ନ ଲୋକଙ୍କୁ ବିକ୍ରି କରିଚାଲିଛନ୍ତି ।ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ,ବାରଙ୍ଗର ଜଣେ ପୁର୍ବତନ ତହସିଲଦାରଙ୍କ ପତ୍ନୀଙ୍କ ନାମରେ ଏବଂ ଆଉ କିଛି ବିଭିନ୍ନ ପ୍ରଭାବଶାଳୀ ଲୋକଙ୍କ ନାମରେ ପଟ୍ଟା ହୋଇଛି । ସେମାନେ ପ୍ରତିଦିନ ସେଠାରେ ନିର୍ମାଣ କାର୍ଯ୍ୟ କରିବାକୁ ଉଦ୍ୟମ କରୁଛନ୍ତି । ଗୋବିନ୍ଦପୁର ଓ ଚକ୍ରଧରପୁର ଗ୍ରାମବାସୀ ଯେଉଁମାନେ କି ଶବର ଓ ମୁଣ୍ଡା ସଂପ୍ରାଦୟର ଭୂମିହୀନ ଲୋକ ଅଟନ୍ତି । ସେମାନଙ୍କ ଗ୍ରାମର ଗ୍ରାମ୍ୟ ଜଙ୍ଗଲ, ଜଙ୍ଗଲଦୁଇ କିଷମ, ଅନାବାଦୀ, ଆବାଦଯୋଗ୍ୟ ଅନାବାଦୀ, ଆବାଦ ଅଯୋଗ୍ୟଅନାବାଦୀ, ସରକାରୀ ସ୍କୁଲ, ଖେଳ ପଡ଼ିଆ, ଗୋଚର ଏବଂ କେନାଲ କିଷମର ଜମି ଉଭାନ ହୋଇଯାଇଛି । ଫଳରେ ସେମାନେ ବେଆଇନ ନିର୍ମାଣକୁ ବିରୋଧ କରୁଛନ୍ତି ।ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ଦାବିରେ ଆଜି ପଚାଂୟତର ପ୍ରାୟ ୧ଶହରୁ ଊର୍ଦ୍ଧ୍ୱ ପୁରୁଷ ମହିଳା ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ କରି ଧାରଣାରେ ବସି ରହିଥିଲେ । ଆନ୍ଦୋଳନକାରୀଙ୍କ ଦାବି ଅତ୍ୟନ୍ତ ନ୍ୟାୟସଙ୍ଗତ ଓ ଆଇନ ସମ୍ମତ ହୋଇଥିବାରୁ ଏହି ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳର ରାଜ୍ୟଉପସଭାପତି ଡଃ ଦେବାଶିଷ ପଟ୍ଟନାୟକ ,ସିପିଆଇଏମ ନେତା ଜନାର୍ଦ୍ଦନପତି,ପୁଷ୍ପାଦାସ ପ୍ରମୁଖ ପହଁଚିଥିଲେ । ପରେ ଏକ ପ୍ରତିନିଧିଦଳ ତହସିଲଦାରଙ୍କୁ ଭେଟି ତୁରନ୍ତ ଉକ୍ତ ୨୦ ଏକର ଜମିକୁ ଖାରଜ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.