କୋଟିପତି ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ, ରେଡ

0 225

ଭୁବନେଶ୍ବର,୧୬/୧୨(ଏସଏସନିୟୁଜ) କୋଟିପତି ପ୍ରଧାନ ଶିକ୍ଷକଙ୍କ ଘରେ ଆଜି ଭିଜିଲାନ୍ସ, ରେଡ ହୋଇଛି । ଏହି ପ୍ରଧାନ ଶିକ୍ଷକ ହେଉଛନ୍ତି ବରଗଡ ଜିଲା ଗାନ୍ଧିଆପାଲି ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହି। ଅସନ୍ତୁଳିତ ସମ୍ପତ୍ତି ଅଧିକାର ଅଭିଯୋଗରେ ଭିଜିଲାନ୍ସ, ସମ୍ବଲପୁର ଅଧିକାରୀଙ୍କ ଦ୍ଵାରା ଏକକାଳୀନ ୫ ଟି ସ୍ଥାନରେ ଖୋଜାଖୋଜି ଚାଲିଛି। ବରଗଡର ତିଲମାଲରେ ପାଣିଗ୍ରାହିର ଘର, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲିରେ ତ୍ରିଗୁଣ ମହଲା କୋଠା, ବାରପାଲିରେ ଏକ ମହଲା କୋଠା, ବରଗଡ ଗାନ୍ଧିଆପାଲିରେ ତାଙ୍କ କାର୍ଯ୍ୟାଳୟ, ବଲାଙ୍ଗୀରର ଆଗଲପୁରରେ ଥିବା ନୂତନ ଘର ଉପରେ ଏକାକାଳୀନ ଚଢାଉ କରାଯାଉଥିବାର ଜଣାପଡିଛି ।

 

Leave A Reply

Your email address will not be published.