କୌଣସି ଯୁଦ୍ଧରେ ଚୀନ୍ ଭାରତକୁ ପାରିବ ନାହିଁ

0 346

ଖବର ଆଜି ସକାଳର,ତାରିଖ ୦୬/୧୦/୨୦ ମଙ୍ଗଳବାର।
୧-ଚାଲିଲାନି ବାଙ୍ଗାଲୋର ବ୍ୟାଟସମ୍ୟାନଙ୍କ ବ୍ୟାଟ୍, ୫୯ ରନରେ ଜିତିଲା ଦିଲ୍ଲୀ, ପଏଣ୍ଟ ତାଲିକାର ଶୀର୍ଷରେ ପହଁଚିଲା।
୨-୪୨ତମ ଜିଏସଟି କାଉନସିଲ ବୈଠକ; ରାଜ୍ୟଗୁଡ଼ିକୁ ମିଳିବ ୨୦ ହଜାର କୋଟି କ୍ଷତିପୂରଣ।
୩-ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ସର୍ବଭାରତୀୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କଲେ କଣ୍ଟାବାଞ୍ଜିର ଦୁଇ ଓଡ଼ିଆ ଭାଇ ।
୪-ପ୍ରତି ୧୦ ଜଣରୁ ଜଣେ କରୋନା ସଂକ୍ରମିତ ହେବା ଆଶଙ୍କା, ସାରା ବିଶ୍ଵରେ ସ୍ଥିତି ହେବ ଭୟଙ୍କର: ଚେତାଇଲା ଡବ୍ଲ୍ୟୁଏଚଓ ।
୫-ଅକ୍ଟୋବର ୧୫ ପରେ ସ୍କୁଲ୍ ଖୋଲିବା ଲାଗି ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଜାରି କଲେ କେନ୍ଦ୍ର ସରକାର।
୬-୪୨ ଦିନ ପରେ ଆଶ୍ୱସ୍ତି : ରାଜ୍ୟରେ କରୋନାର ଦିନିକିଆ ସଂକ୍ରମଣ ୩ ହଜାର ତଳକୁ ଖସିଲା।
୭-ଫାଭିପିରାଭିର୍ ମେଡିସିନ୍ ବ୍ୟବହାର ନେଇ ଟିପ୍ସ ଦେଲେ ଡାକ୍ତର ଜୟନ୍ତ ପଣ୍ଡା: କହିଲେ, ‘ପ୍ରାଥମିକ ଅବସ୍ଥାରେ ଦେଲେ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ ।
୮-ରାଜଧାନୀରେ ଦୁଇ ଦୁଇଟି ଚାଂଚଲ୍ୟକର ବ୍ୟାଙ୍କ୍ ଡକାୟତ ଘଟଣାର ପର୍ଦ୍ଦାଫାସ୍ । କପଡ଼ା ଦୋକାନୀ ସାଜିଥିଲା ବ୍ୟାଙ୍କ୍ ଲୁଟେରା, ହେଲମେଟ୍ ଲଗାଇ ବନ୍ଧୁକ ଦେଖାଇ କରିଥିଲା ଲୁଟ୍।
୯-ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଗୁପ୍ତ ଭାବେ ପ୍ରକ୍ରିୟା ଚାଲିଛି ବୋଲି କହିଲେ ସରକାର।
୧୦-କୌଣସି ଯୁଦ୍ଧରେ ଚୀନ୍ ଭାରତକୁ ପାରିବ ନାହିଁ, ଆମେ ସମ୍ପୂର୍ଣ୍ଣ ସମର୍ଥ: ବାୟୁସେନା ମୁଖ୍ୟ।
୧୧-କୃଷି ବିଲ୍ ବିରୋଧି ରାହୁଲଙ୍କ ସଭାରେ ସିଧୁ ! ମୁଖ୍ୟମନ୍ତ୍ରୀଙ୍କ ସହ ବସିଲେ ଗୋଟିଏ ମଞ୍ଚରେ।
୧୨-ପ୍ରକାଶ ପାଇଲା ଯୁକ୍ତଦୁଇ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ତାଲିକା।
୧୩-ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ଆଇପିଏଲରୁ ବାଦ ପଡିଲେ ଭୁବନେଶ୍ୱର କୁମାର । ଚେନ୍ନାଇ ବିପକ୍ଷ ମ୍ୟାଚରେ ହୋଇଥିଲେ ଆହତ ।
୧୪-କରୋନାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଶରୀରରେ ଏକ୍ସପେରିମେଂଟାଲ ଥେରାପି ପ୍ରୟୋଗ ହେଉଥିବା ନେଇ ମିଳିଛି ସୂଚନା।
୧୫-ମେଡିସିନ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସଙ୍କୁ ମିଳିବ ନୋବେଲ । ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା ।
୧୬-ଓଜେଇଇ ପରୀକ୍ଷା ପାଇଁ ଜାରି ହେଲା ଏସଓପି, କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ ଗୁରୁତ୍ବ ।
୧୭-ମେଡିକାଲ କଲେଜ ଡାକ୍ତରଙ୍କ ପାଇଁ ଗଠନ ହେବ ଓମ୍‌ଟା କଲ୍ୟାଣ ପାଣ୍ଠି ।
୧୮-ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ଗୃହରେ ତାତି । ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ଲିଜରେ ହୋଇଛି ଦୁର୍ନୀତି : ବିଜେପି ସହ ସ୍ୱର ମିଳାଇଲେ କଂଗ୍ରେସ ବିଧାୟକ ଦଳ ନେତା , ବିଜେଡିର ଜବାବ, ଆଇନର ପରିଧି ଭିତରେ ହୋଇଛି ନିଲାମ୍।
୧୯-୩ ହସ୍ତତନ୍ତ ସମିତିକୁ ବିନା ସୁଧରେ ୨୫ କୋଟି ଋଣ।

Leave A Reply

Your email address will not be published.