ପୁଣି କମିସନରେଟ୍ ପୋଲିସକୁ ଚ୍ୟାଲେଞ୍ଜ,ବନ୍ଧୁକରେ ଆକ୍ରମଣ କରି ଲୁଟ୍

0 321

ଭୁବନେଶ୍ବର:୬/୧୦(ଏସଏସଏନ୍) କମିଶନରେଟ ପୋଲିସକୁ ଲୁଟେରାଙ୍କ ପୁଣି ଚାଲେଞ୍ଜ । ବନ୍ଧୁକରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଥିକ ଟଙ୍କା । ଏଭଳି ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଉକ୍ତ ଅଞ୍ଚଳର ଚଣାହାଟ ଛକ ନିକଟରେ ଦୁର୍ବୁତ୍ତ ବନ୍ଧୁକରେ ଆକ୍ରମଣ କରି ଉଜ୍ଜିବନୀ ସଂସ୍ଥା କର୍ମଚାରୀଙ୍କ ନିକଟରୁ ଏକ ଲଷ ୧୨ ହଜାର ଟଙ୍କା ଲୁଟିନେଇଛନ୍ତି ।ଆଚାର୍ଯୀବିହାର ନିକଟସ୍ଥ ଆପୋଲୋ ହସ୍ପିଟାଲ ପାଖରୁ ଦୁର୍ବୂତ ମାନେ ଜଣେ  ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଇଯାଇଥିବାର ଜଣାପଡିଛି । ତେବେ ପୋଲିସ ଖବର ପାଇ ବିଭିନ୍ନ ସ୍ଥାନ ମାନଙ୍କରେ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.