ଚୋରାଗାଡି ରାକେଟର ପର୍ଦ୍ଦାଫାସ କଲା ଡେଲାଙ୍ଗ ପୋଲିସ

0 295

ଡ଼େଲାଙ୍ଗ (ଏସ୍ ଏସ୍ ନିୟୁଜ) ଡ଼େଲାଙ୍ଗ ଥାନା ଗତ ୪ ଦିନ ତାଳେ ଚୋରା ଗାଡି ରାକେଟ ର ପର୍ଦ୍ଦାଫାସ କରି ୪୫ ଟି ବାଇକ୍ ଉଦ୍ଧାର କରି ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲରେ ସମ୍ପୃକ୍ତ ଥିବା ଅନ୍ୟ ତମ ଅଭିଯୁକ୍ତ କୁ ପୋଲିସ ଖୋଜୁଥିଲା  । ଆଜି ଅଭିଯୁକ୍ତ ନୟାଗଡ଼ ଟାଉନ୍ ଥାନା ଅଞ୍ଚଳ ଦେଉଳ ପାଲି ଗ୍ରାମର ଦୀପକ ପ୍ରଧାନ (୨୨) ଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରି ତାଙ୍କ ଠାରୁ ୫ ଟି ବାଇକ୍ ଉଦ୍ଧାର କରିଛି । ଏନେଇ ଗତ ୧ ତାରିଖରେ ୧୫୩/୨୦ ମାମଲ ହୋଇଥିଲା । ଦୀପକ କୁ ଆଜି କୋର୍ଟ ଚାଲାଣ କରିବା ସହ ତାଙ୍କଠାରୁ ୫ ଟି ବାଇକ୍ କୁ ଜବତ କରିଥିଲେ । ଏହାକୁ ମିଶାଇ ମୋଟ ୫୦ ଗାଡି ପୋଲିସ ଜବତ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.