ଅକ୍ଟୋବର ଶେଷ ସପ୍ତାହରେ ସ୍କୁଲ ଖୋଲିବା ନେଇ ବିଚାର

0 269

ଖବର ଆଜି ସକାଳର,ତାରିଖ ୦୭/୧୦/୨୦ ବୁଧବାର
୧-ରୟାଲ୍ସକୁ ମାତ୍ ଦେଲା ରୋହିତ ବାହିନୀ । ବୁମରାହଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ସ୍ମିଥ ସେନା, ୫୭ ରନରେ ବଡ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ ।
୨-ଅକ୍ଟୋବର ଶେଷ ସପ୍ତାହରେ ସ୍କୁଲ ଖୋଲିବା ନେଇ ବିଚାର ହେବ : ଗଣଶିକ୍ଷା ମନ୍ତ୍ରୀ.
୩-ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ମାମଲା: ସରକାରଙ୍କ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ।
୪-ରାଜ୍ୟ କର୍ମଚାରୀଙ୍କୁ ଅବସର ମାସରେ ହିଁ ମିଳିବ ଚୂଡ଼ାନ୍ତ ଜିପିଏଫ୍‌।
୫–ସୁସ୍ଥ ହୋଇ ହ୍ୱାଇଟ ହାଉସକୁ ଫେରିଲେ ଟ୍ରମ୍ପ । ଏବେ ସଙ୍ଗରୋଧରେ ରହି ହେବେ ଚିକିତ୍ସିତ ।
୬-ହାଥରସ ମାମଲା: ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ରାତିରେ ନ କରାଯାଇ ଥିଲେ ସକାଳେ ବଡ଼ ଧରଣର ହିଂସା ହୋଇଥାନ୍ତା, ସୁପ୍ରିମକୋର୍ଟରେ କହିଲେ ଯୋଗୀ ସରକାର।
୭-ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଥିବାବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏଥିଲାଗି ଏସଓପି ଘୋଷଣା କରାଯାଇଛି ।
୮-ଆସନ୍ତା ଏପ୍ରିଲ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସଂଯୋଗ ହେବ : ମୁଖ୍ୟ ଶାସନ ସଚିବ।
୯-ଦିନକ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ।
୧୦-ଅକ୍ଟୋବର ୧୭ରୁ ଆମାଜନ ‘ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍’, ବଡ଼ ଅଫର ସାଙ୍ଗକୁ ମିଳିବ ଡିସ୍କାଉଣ୍ଟ
୧୧-ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ବିରୋଧୀଙ୍କ ବିରୋଧ ଭିତରେ ପାସ୍ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । କଂଗ୍ରେସ କହିଲା, କଳା ବିଲ୍ଟ୍ଟମନ୍ତ୍ରୀ କହିଲେ, ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦିଆଯାଇଛି ଗୁରତ୍ୱ ।
୧୨-ରାଜାମୌଲୀଙ୍କ ଜଜଜର ସୁଟିଂ ପୁଣି ଥରେ ଆରମ୍ଭ, ଏନଟିଆର, ରାମଚରନଙ୍କ ସହିତ ଫିଲ୍ମରେ ନଜର ଆସିବେ ଅଜୟ ଦେବଗନ।
୧୩-ସାତ ମାସ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ, ଯାତ୍ରୀଙ୍କୁ ସଚେତନ କରୁଛି ରେଳବାଇ ପୋଲିସ୍।
୧୪-ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ଆଶା: ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟୀକା।
୧୫-ରିୟା ଚକ୍ରବର୍ତୀଙ୍କ ରିମାଣ୍ଡ ୧୪ ଦିନ ବୃଦ୍ଧି, ଜାମିନ ଆବେଦନର ଶୁଣାଣି ବୁଧବାର।
୧୬-ଶ୍ରବଣ ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ଆସିବ ସାଙ୍କେତିକ ପାଠ୍ୟ, ଏମଓୟୁ ସ୍ୱାକ୍ଷରିତ।
୧୭-ବିହାର ବିଧାନସଭା ନିର୍ବାଚନ : ବିଜେପି ଏବଂ ୟୁନାଇଟେଡ୍ ‌ଆସନ ବଣ୍ଟନ ବୁଝାମଣା ଚୂଡ଼ାନ୍ତ , ୨୪୩ଟି ଆସନରୁ ଜେଡି(ୟୁ)କୁ ୧୨୨ଟି ଆସନ ଓ ବିଜେପି ୧୨୧ଟି ଆସନ।
୧୮-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ ବିଶ୍ୱରେ ଅଗ୍ରଣୀ ସ୍ଥାନ ଦେବା ପାଇଁ ପ୍ରକୃଷ୍ଟ ସମୟ ଉପନୀତ: ମୁକେଶ ଅମ୍ବାନି।
୧୯-ଭାରତୀୟ ଓକିଲଙ୍କୁ ମାମଲା ଲଢ଼ିବାକୁ ପାକିସ୍ତାନ ଅନୁମତି ଦେଉ ନଥିବା ବେଳେ କୁଲଭୂଷଣଙ୍କ ପାଇଁ ଲଢ଼ିବାକୁ ରାଜି ହେଉନାହାନ୍ତି ପାକ୍ ଓକିଲ।
୨୦-ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଭୁବନେଶ୍ବରରେ ପହଞ୍ଚିଲେ, ଶୋଭାଯାତ୍ରାକୁ ଅନୁମତି ଦେଲା ନାହିଁ ପୁଲିସ।
୨୧-ପୋଷଣୀୟ କୃଷିରେ ୪ ବର୍ଷରେ ଓଡିଶାକୁ କେନ୍ଦ୍ର ଦେଇଛି ୭.୭୫ କୋଟି।

Leave A Reply

Your email address will not be published.