ଓଡ଼ିଶାଜିଲ୍ଲାଦେଶ ବିଦେଶ ଲୋକସେବା ଭବନରେ କରୋନା! ଚିନ୍ତାରେ ସରକାର By SATYA SANDHANA DESK Last updated Jul 24, 2020 0 369 Share ଭୁବନେଶ୍ୱର :୨୪/୭ (ଏସଏସଏନ୍) ଲୋକସେବା ଭବନରେ ଏବେ କରୋନା ଭୟ ।ଭବନରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଛି । କରୋନା ଲଢେଇରେ ଲୋକସେବା ଭବନର ଭୂମିକା ଗୁରୁତ୍ୱପୂର୍ଣ ଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପାଇଁ ସରକାର ତନାଘନା ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ୍ କରାଯିବା ସହ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସୁଚନା ଯୋଗ୍ୟ ଯେ , କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଗୃହ ସଙ୍ଗରୋଧ କିମ୍ବା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ଯୋଗାଯିବ। ବିଏମ୍ସିର ଟିମ୍ ଦ୍ୱାରା ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରାଯିବ। କାର୍ଯ୍ୟାଳୟକୁ ବିଶୋଧନ କରାଯିବ । ଯଦି କାର୍ଯ୍ୟାଳୟରେ ଜଣେ କିମ୍ବା ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବେ, ତେବେ ଗତ ୪୮ ଘଣ୍ଟାରେ ସଂପୃକ୍ତ କର୍ମଚାରୀ କାର୍ଯ୍ୟାଳୟର ଯେଉଁ ଯେଉଁ ଜାଗାରେ ବୁଲିଥିବେ ତାହାକୁ ବନ୍ଦ କରାଯିବା ସହ ପୁରା କାର୍ଯ୍ୟାଳୟର କୋଠାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ ବୋଲି ଜଣାପଡିଛି। ତେବେ ଯଦି ଅଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବ, ତେବେ ପୂରା କୋଠାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇ ବିଶୋଧନ କରାଯିବ। ପୂରା କୋଠାକୁ ଠିକ୍ ଭାବେ ବିଶୋଧନ ହେଲା ପରେ ସେମାନେ କାର୍ଯ୍ୟାଳୟକୁ ଫେରିବେ। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ କାର୍ଯ୍ୟାଳୟରେ ପାଳନ କରିବାକୁ କୁହାଯାଇଛି। ଲୋକସେବା ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏହି ମାର୍ଗଦର୍ଶିକା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିବା ଜଣାପଡିଛି । 0 369 Share FacebookTwitterGoogle+ReddItWhatsAppPinterestEmail