କୁଆଡ଼େ ଗଲେ ଆସିକାର ପୂର୍ବତନ ବିଧାୟକ ?

0 302

ଭୁବନେଶ୍ୱର,୧୪/୫(ଏସ ଏସ ନିଉଜ)ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଗତକାଲିଠାରୁ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ।ଭୁବନେଶ୍ୱରର ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ଏକ ଆପାର୍ଟ ମେଣ୍ଟରେ ସରୋଜ ନିଜ ପରି ବାର ସହ ରହୁଥିବା ବେଳେ ଗତକାଲି ସକାଳେ ସେ କୌଣସି କାରଣରୁ ବାହାରକୁ ଯାଇ ଆଉ ଫେରି ନଥିଲେ ।ଏହାଭିତରେ ୪୮ଘଂଟା ବିତିଯାଇଥିଲେ ସୁଦ୍ଧା ମିଳୁନ ପତ୍ତା । ସକାଳେ କ୍ୱାର୍ଟରରୁ ବାହାରି ଆଉ ଘରକୁ ଫେରିନାହାନ୍ତି ପୂର୍ବତନ ବିଧାୟକ ।ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ସେ ଜଣେ ରାଜନେତା ହୋଇଥିବାରୁ ତାଙ୍କୁ କିଡନାପ୍ କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି ।

Leave A Reply

Your email address will not be published.