ମଧୁପୁରରେ ଆରମ୍ଭ ହେଲା ବହିପୁଜା

0 191

ବାରଙ୍ଗ,୧୧/୪(ଏସଏସନିଉଜ) ପରମ୍ପରାକୁ ବଞ୍ଚାଇ ରଖିଥିବା ଗାଁ ହେଉଛି ମଧୁପୁର।ଗ୍ରାମର ଯୁବକମାନେ ଏକାଠି ହୋଇ କାହିଁ କେଉଁକାଳରୁ ଶ୍ରୀ ଶ୍ରୀ ସୀତାକାନ୍ତ ରାମଲୀଳା ସମିତି ଗଠନ କରିଛନ୍ତି।ଏହି ସମିତିର ସଦସ୍ୟମାନେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ

ଉପରେ ଆଧାରିତ କଥାବସ୍ତୁକୁ ନେଇ ରାମଲୀଳା କରିଥାନ୍ତି ।ଏଥି ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।କର୍ମମୟ ଜୀବନ ଜଞ୍ଜାଳ ଭିତରେ ସମୟ ବାହାରକରି ପ୍ରଭୁଙ୍କ କଥାକୁ ସାଧାରଣରେ ପରିପ୍ରକାଶ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷରେ ଆଗେଇଛନ୍ତି ମଧୁପୁର ଗ୍ରାମରଯୁବକମାନେ।ରାମନବମୀ ଅବସରରେ ଗାଁରେ ଥିବା ଭାଗବତ ଗୃହରେ ଅବସ୍ଥାପିତ କରିଥିବା ପ୍ରଭୁ ଆଣ୍ଠୁଆଗୋପାଳ ଙ୍କ ଆଶ୍ରିବାଦ ନେଇ ସମିତି ପକ୍ଷରୁ ବହିପୂଜା ଆରମ୍ଭ କରାଯାଇଛି ।ଏଥିନିମନ୍ତେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତିରେ ପୂଜାର୍ଚ୍ଚନା ସହ କଳସ ଯାତ୍ରା ମଧ୍ୟ ହୋଇଯାଇଛି।ଏହାକୁ ନେଇ ଗ୍ରାମରେ ଯୁବକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବକୁ ମିଲିଥିଲା।ଘଣ୍ଟ,ଘଣ୍ଟି,ବାଜା, ହରିବୋଲ ହୁଳହୁଳି ସହ ଜୟଶ୍ରୀରାମ ଧ୍ୱନୀ ରେ ମଧୁପୁର ଗାଁ ପ୍ରକମ୍ପିତ ହୋଇଥିଲା ।କାଲି ପୂଜା ସରିବା ପରେ ଆଜି ସମିତି ପକ୍ଷରୁ ରାମଲୀଳା କରିବାକୁ ବହାରିଥିବାର ଜଣାପଡିଛି। ତେବେ ରାମନବମିରୁ ସମିତି ପକ୍ଷରୁ ବିଭିର୍ଣ ଗ୍ରାମକୁ ଯାଇ ରାମଲୀଳା ପରିବେଷଣ କରି ରଜସଂକ୍ରାନ୍ତିରେ ନିଜ ଗାଁରେ ପରମ୍ପରା ମୁତାବକ ୭ଦିନ ରାମଲୀଳା ପରିବେଶଣକୁ ବିରାମ ଦେଇଥାନ୍ତି ଗ୍ରାମବାସୀ ।

 

 

Leave A Reply

Your email address will not be published.