ମାଗଣା ଦାନ୍ତ ଚିକିତ୍ସା ଶିବିର

ମେଣ୍ଢାଶାଳ,୨୭।୧୨(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମପଂଚାୟତ ସଭାଗୃହରେ ବୁଧବାର ଦିନ ଏକ ମାଗଣା ଦନ୍ତଚିକିସା ଶିବିର ଅନୁଷ୍ଠିତ ହୋଇଯାଇଛି।ଶାଖା ଓ ଅନୁସନ୍ଧାନ ସଂସ୍ଥାର ଇଂନଚିତୁଟ ଅଫ ଡେଣ୍ଟାଲ ସାଇନ୍ସ ତରଫରୁ ଅନୁଷ୍ଠିତ ଏହି ଶିବିରରେ ୧୪୦ ଦନ୍ତରୋଗୀ ଆସି ସେମାନଙ୍କ ମାଗଣାରେ ଦନ୍ତ ପରୀକ୍ଷା ଓ ମାଗଣା ଔଷଧ ନେଇଥିଲେ।ଏଥିରେ ଡ଼ ସୌରଭ ଚନ୍ଦ୍ର ବିଦ୍ୟସାଗର,ଡ଼ ସୁବ୍ରଚନ୍ଦ୍ର ସାହା,ସଂଯୁକ୍ତା ମହାପାତ୍ର, ସମ୍ବିତକୁମାର ମହାପାତ୍ର,ପ୍ରିୟଙ୍କା ମଜନୁଦାର,ଅଭିବ୍ରତ ଦେ,ସୁଲଗ୍ନା ଦେ,ସ୍ମିତାପ୍ରଂଜ୍ଞ। ରାୟଗୁରୁ ପ୍ରମୁଖ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ। ମେଣ୍ଢାଶାଳ ଗ୍ରାମପଂଚାୟତ ସରମ୍ପଚ କୌଶଲ୍ୟା ବଳିଆରସିଂହ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ।(ପଦ୍ନଚରଣ ବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.