ମହାପଂଚୁକରେ ସଙ୍କୀର୍ତ୍ତନ ମହୋତ୍ସବ

0 509

ବାରଙ୍ଗ,୨୯/୧୧(ଏସଏସନିୟୁଜ) ଭୁବନେଶ୍ୱର ବ୍ଲକର ଦାଢା ପଞ୍ଚାୟତ ଅନ୍ତର୍ଗତ ମା ସାଥିଭଉଣି କୁତାମଚଣ୍ଡି ମନ୍ଦିର ପରିସରରେ ଆଜି ମହାପଞ୍ଚୁକ ଉପଲକ୍ଷେ ଏକ ସଙ୍କୀର୍ତ୍ତନ ମହୋତ୍ସବର ଆୟୋଜନ ହୋଇଯାଇଛି। ଗତ ବର୍ଷ ଠାରୁ ଶୁଭାରମ୍ଭ ହୋଇଥିବା ୫୨ ମଣ୍ଡଳ ମହକାର୍ତିକ ସଙ୍କୀର୍ତ୍ତନ ମହୋତ୍ସବର ଦ୍ଵିତୀୟ ବାର୍ଷିକ ମହୋତ୍ସବ କରୋନା ମହାମାରୀ ସମୟରେ ସାମାଜିକ ଦୁରତ୍ଵ ରକ୍ଷାକାରୀ ଆଜି ଏହି ମନ୍ଦିର ପରିସରରେ ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମର ସଂଯୋଜକ ବସନ୍ତ କୁମାର ମହାପାତ୍ର, ସଭାପତି ଭଗବାନ ଜେନା, ୫୨ ମଣ୍ଡଳର ମହନ୍ତ ନଳିନୀ ସ୍ୱାଇଁ, ଦିଲ୍ଲୀପ କୁମାର ପଟ୍ଟନାୟକ, ଦେବେନ୍ଦ୍ର ନାଥ ସାହୁ, ସନତ କୁମାର ରଥ, ଶରତ ଚନ୍ଦ୍ର ମୁଦୁଲି, କାଙ୍ଗାଳି ଚରଣ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଏହି ସଙ୍କୀର୍ତ୍ତନ ମହୋତ୍ସବରେ ବାଲିପଡ଼ା, ଇଞ୍ଜେଣା, ମରିଚିଆ ଓ କଳାରା ହାଙ୍ଗର ସଙ୍କୀର୍ତ୍ତନ ମଣ୍ଡଳୀ ଭାଗ ନେଇଥିଲେ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.