ମହୁମାଛି ଆକ୍ରମଣରେ ୬ ଛାତ୍ରଛାତ୍ରୀ ଆହତ

0 100

ବାଙ୍କୀ,୬।୭(ଏସଏସନିଉଜ)ବାଙ୍କୀ ଏନଏସି ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛି ।ଫଳରେ ଆହତ ହୋଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ନେଇ ଆସୁଥିବା ଗାଡି ବାଜିବାରୁ ବିଦ୍ୟାଳୟ ପରିସରରେ ଥିବା ଗଛର ମହୁମାଛି ବସା ଭାଙ୍ଗି ଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ ମହୁମାଛି । ଆହତ ପିଲାମାନଙ୍କୁ ଚିକିତ୍ସା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି ।

Leave A Reply

Your email address will not be published.