ମୈଦାନକୁ ସିପାହୀ ଛାଡିଲା ହାତ

0 675

ଖବର ମଙ୍ଗଳବାର ସକାଳର ,ତାରିଖ ୧୩/୧୦/୨୦ ।
୧-ବାଙ୍ଗାଲୋରର ବିଶାଳ ବିଜୟ, ୮୨ ରନରେ ହାରିଲା କୋଲକାତା ନାଇଟ ରାଇଡର୍ସ।
୨-ଗୁଗୁଲ୍ ବ୍ୟବହାକାରୀ ସାବଧାନ, ସର୍ଚ୍ଚରୁ ମିଳୁଛି ଆସୁଛି ଭୁଲ ତଥ୍ୟ, ଉପଯୋଗ ପୂର୍ବରୁ ତନଖନ୍ତୁ।ରସିଦ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମା ! ଗୁଗଲ ସର୍ଚରେ କାହିଁକି ଦେଖାଉଛି ଏଭଳି ତଥ୍ୟ ?
୩-ଲଘୁଚାପ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ପବନ ସହ ବହୁ ଜିଲ୍ଲାରେ ଅତିପ୍ରବଳ ବର୍ଷିବ; ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି।
୪-ମହଙ୍ଗା ମାଡ଼ରେ କଲବଲ: ଆକାଶଛୁଆଁ ଆଳୁ, ପିଆଜ, ତେଲ, ଡାଲି।
୫-ହାଇକୋର୍ଟରେ ସରକାରଙ୍କ ସାନି ସତ୍ୟପାଠ : ୮୦ ପ୍ରତିଶତ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ।
୬-କରୋନା ପାଇଁ ଦୀର୍ଘଦିନ ସ୍କୁଲ୍ ବନ୍ଦ : ୨୯ ଲକ୍ଷ କୋଟି କ୍ଷତି ସହିବ ଭାରତ।
୭-ଫୁଟୁବଲର କାର୍ଲଟନ୍ ଚାପମ୍ୟାନ୍‌ଙ୍କ ପରଲୋକ, ଅଧିନାୟକ ଭାବେ ଭାରତକୁ ଜିତାଇଥିଲେ ୧୯୯୭ ସେଫ୍ କପ୍।
୮-ରିପବ୍ଲିକ ଟିଭି ଓ ଟାଇମ୍ସ ନାଓ ବଲିଉଡ୍‌କୁ ବଦନାମ କରୁଥିବା ଅଭିଯୋଗ ଆଣି ଦିଲ୍ଲୀ ହାଇକୋର୍ଟ ଗଲେ ଶାହାରୁଖ, ଅମୀର, ସଲମାନଙ୍କ ସମେତ ୩୪ ଚଳଚ୍ଚିତ୍ର ନିର୍ମାତା।
୯-ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ, ଏଲ୍‌ଟିସି କ୍ୟାସ୍ ଭାଉଚର୍ ।
୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡି ବିଧାୟକ , ନେତା ଓ ମନ୍ତ୍ରୀ ମାନେ କେମିତି ନିୟମ ଉଲଙ୍ଘନ କଲେ ସେନେଇ କଲେ ଉଲ୍ଲେଖ।
୧୧-ତିର୍ତୋଲ ଆସନରେ ଦିଂବଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି ।ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ। ବାଲେଶ୍ୱରରେ ବିଜେପିରୁ ଲଢ଼ୁଛନ୍ତି ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ।
୧୨-କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି, ବିଜେଡି ପରେ ମୈଦାନକୁ ସିପାହୀ ଛାଡିଲା ହାତ । ବାଲେଶ୍ୱରରୁ ମମତା କୁଣ୍ଡୁ, ତିର୍ତ୍ତୋଲରୁ ନୂଆ ଚେହେରାହିମାଂଶୁ ଭୂଷଣ ମଲ୍ଲିକ।

୧୩-ମମତା ବାନାର୍ଜୀ କହିଲେ ପଶ୍ଚିମବଙ୍ଗରେ ହୋଇସାରିଲାଣି କରୋନା ଗୋଷ୍ଠୀ ସଂକ୍ରମଣ, ପବନରେ ବ୍ୟାପୁଛି ଭୂତାଣୁ।
୧୪-ଅର୍ଥନୀତିରେ ଦୁଇ ଆମେରିକୀୟ ପାଇଲେ ନୋବେଲ : ପଲ୍ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ଓ୍ୱିଲସନଙ୍କୁ ଅର୍ଥନୀତିରେ ନୋବେଲ।
୧୫-କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି।
୧୬-ସାରେଗାମାପା ଲିଟିଲ ଚାମ୍ପସ୍ -୨୦୨୦ର ବିଜେତା ହେଲେ କେରଳ ଆର୍ଯ୍ୟାନନ୍ଦା ବାବୁ
୧୭-ବିଜୟାରାଜେଙ୍କ ସମ୍ମାନାର୍ଥେ ସ୍ମାରକୀ ମୁଦ୍ରା ଉନ୍ମୋଚିତ।
୧୮-ଭୁବନେଶ୍ୱରରେ ସ୍ଥାପନ ହେବ ଆଉ ଦୁଇଟି ଶ୍ମଶାନ : ସୂଚନା ଦେଲେ ବିଏମସି କମିଶନର।
୧୯-ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ‌ଖୋଜିବେ କେନ୍ଦ୍ର ସରକାର : ବିଶେଷଜ୍ଞ କମିଟି ହେଲା ଗଠନ।
୨୦-ତିକ୍ତ ରାଜନୈତିକ ସମ୍ପର୍କ ଯୋଗୁ ଅଷ୍ଟ୍ରେଲିଆରୁ କୋଇଲା ଆମଦାନୀ ବନ୍ଦ କଲା ଚୀନ୍।
୨୧-କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ମା’ ବିରଜାଙ୍କ ରଥଯାତ୍ରା; ସେବାୟତ, ପୁଲିସ ଓ କର୍ମଚାରୀଙ୍କର ହେବ ୩ ଥର କରୋନା ପରୀକ୍ଷା।
୨୨-ମୁଣ୍ଡ ଗଡେଇବା ପାଇଁ ନେଇଥିଲେ ୫୦ ହଜାର ଟଙ୍କା । ଭୁବନେଶ୍ୱର ମିଠା ଦୋକାନୀ ହତ୍ୟାକାଣ୍ଡରେ ୨ ସୁପାରି କିଲର, ଫୁଲବାଣୀ ତୁମୁଡିବନ୍ଧରୁ ଗିରଫ : ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ
୨୩-ଅକ୍ଟୋବର ୨୨ରେ ଓଡିଶାରେ ଦ୍ୱିତୀୟ OJEE।
୨୪-ହାଥ୍‌ରସ ଗଣବଳାତ୍କାର ମାମଲା: ପୋଲିସର କାର‌୍ୟ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହାଇକୋର୍ଟ; ଆସନ୍ତା ୨ରେ ପରବର୍ତ୍ତୀ ଶୁଣାଣି।

Leave A Reply

Your email address will not be published.