ମାଲକାନଗିରିରେ ବର୍ଷା ତାଣ୍ଡବ

ମାଲକାନଗିରି,୨୦/୭(ଏସଏସନୀଉଜ) ବର୍ଷା ଯୋଗୁଁ ବଣ୍ଡା ଘାଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।
ମାଙ୍କଡ଼ଝୋଲା ନିକଟରେ ପାହାଡ଼ରୁ ଧସିଛି ମାଟି ଅତଡା।ପ୍ରାୟ ୫୦ଟି ଗାଁ ଜଳମଗ୍ନ ହୋଇଥିବାବେଳେ ବିଭିନ୍ନ ପୋଲ ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଛି।ପୋଲ ଉପରେ ପାଣି ଅଧିକ ଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।କେତେକ ଅଞ୍ଚଳରେ

ବର୍ଷା ପାଣି ଘରେ ପଶିଯାଇଛି।ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳରେ ଘରେ ପଶିଛି ବର୍ଷା ପାଣି।ବସ୍‌ଷ୍ଟାଣ୍ଡ ନିକଟ କଲୋନୀ, ପୁରୁଣା ଏସବିଆଇ କଲୋନୀ ଜଳମଗ୍ନ ହୋଇଛି।ସବୁବର୍ଷ ଏହିଭଳି ସମସ୍ୟା ଉପୁଜୁଥିବା ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ନହେବା ପ୍ରତିବାଦରେ ଏନ୍ଏଚ୍ ୩୨୬ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

- Advertisement -

Leave A Reply

Your email address will not be published.