ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୨ ବର୍ଷ ଜେଲ୍

0 239

କୁଆଲାଲାମ୍ପୁର,୨୮/୭ (ଏସଏସନିୟୁଜ),ମାଲେସିଆର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ ରଜାକଙ୍କୁ ସରକାରୀ ନିବେଶ ପାଣ୍ଠିରୁ ବହୁ କୋଟି ଡଲାର ଆତ୍ମସାତ୍ କରିବା ଅଭିଯୋଗରେ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରି ୧୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ସେ ଦେଶର ପ୍ରଥମ ରାଜନୈତିକ ନେତା ଯାହାକୁ କାରାଦଣ୍ଡାଦେଶ ମିଳିଛି। ରଜାକଙ୍କ ଜେଲ୍ ଦଣ୍ଡାଦେଶ ପରେ କ୍ଷମତାସୀନ ମେଣ୍ଟ ସରକାରରେ ସହଯୋଗୀ ଭାବେ ସାମିଲ ହୋଇଥିବା ତାଙ୍କ ଦଳ ଉପରେ ଏହାର ପ୍ରଭାବ ପଡ଼ିବ। ବହୁ କୋଟି ଡଲାର ଅର୍ଥ ଆତ୍ମସାତ୍ ଅଭିଯୋଗ ହେବା ପରେ ଦେଶବାସୀ ତାଙ୍କ ଦଳକୁ ୨୦୧୮ରେ କ୍ଷମତାଚ୍ୟୁତ କରିଥିଲେ।

Leave A Reply

Your email address will not be published.