ମାନସିକ ଭାରସାମ୍ୟ ନେଲା ଯୁବକର ଜୀବନ !

କଟକ, ୯।୪(ଏସଏସନିଉଜ) କୃଷ୍ଣଚନ୍ଦ୍ରପୁର ସାମଲ ସାହିରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ବୁଧବାର ରାତିରେ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରକାଶ ଯେ, ତ୍ରିଶୂଳିଆ ବଜାର ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ସାମଲ ସାହିର ରମେଶ ସାମଲ(୪୫) ନାମକ ବ୍ୟକ୍ତି ପାରିବାରିକ ଅଭାବ କାରଣରୁ କିଛିଦିନ ହେବ ମାନସିକ ଚିନ୍ତାଗ୍ରସ୍ତ ରହୁଥିଲେ। ବୁଧବାର ରାତିରେ ଶୀଘ୍ର ଖାଇବା ପରେ ଶୋଇବା ଘରେ ଫ୍ୟାନରେ ଏକ ଦୈଡି ସାହାଯ୍ୟରେ ଝୁଲି ପଡ଼ିଥିଲେ। ପରିବାର ଲୋକ ସଂଦେହ କରି ଆତ୍ମହତ୍ୟା କରିଥିବାର ଜାଣିବା ପରେ ରମେଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିବା ବେଳେ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏସଂକ୍ରାନ୍ତରେ ବାରଙ୍ଗ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ଗୁରୁବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏହାପରେ ପରିବାର ଲୋକ ରମେଶ ଙ୍କର ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରିଛନ୍ତି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.