ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ପୋଲିସ ର ତନାଘନା

0 267

ସତ୍ୟବାଦୀ:୫/୨(କାଳୀପ୍ରସାଦ ମହାପାତ୍ର) ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ । ସୁନା ଓ  ରୂପା ଅଳଙ୍କାର ସହ ଲୁଟିନେଇଛନ୍ତି ହୁଣ୍ଡି ବାକ୍ସ । ହେଲେ ଏପ୍ରର୍ଯ୍ୟନ୍ତ ଦୁର୍ବୁତ୍ତଙ୍କ ଟେର ପାଉନି ପୋଲିସ । ଏଭଳି ଘଟଣା ଘଟିଛି ପୂରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ପ୍ରସିଦ୍ଧ ତନ୍ତ୍ରପୀଠ ମା ଦକ୍ଷିଣକାଳୀ ମନ୍ଦିରରୁ ।ପ୍ରକାଶ ଯେ, ମଙ୍ଗଳବାର ରାତିରେ ମା ଙ୍କ ନିତୀକାନ୍ତ ସରିବା ପରେ ମନ୍ଦିର ପହଢ ପକାଇ ପୁଜକ ଘରକୁ ଯାଇଥିଲେ । ସକାଳୁ ଆସି ଦେଖିଲା ବେଳେ ମନ୍ଦିର ଖୋଲା ହୋଇଛି ।  ମନ୍ଦିର ର ଗ୍ରିଲର ତାଲା ଭାଙ୍ଗିଛି ।   ମା ପିନ୍ଧିଥିବା ସୁନା ଓ  ରୁପାର ଅଳଙ୍କାର  ମଧ୍ୟ ନାହିଁ  । ତାସହିତ ହୁଣ୍ଡିବାକ୍ସ ମଧ୍ୟ ନାହିଁ । କେହି ଦୁର୍ବୁତ୍ତ ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇ ଲୁଟିନେବାରେ ସଫଳ ହୋଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ଥାନା ପୋଲିସ ସାଇଣ୍ଟିପକ୍ ଟିମ ସହ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.