ମଙ୍ଗଳବାର ଗଡିବନି ବସ୍ , ଚକ ବନ୍ଦ ଡାକରା

0 322

ଭୁବନେଶ୍ବର:୩/୨(ଏସଏସଏନ)  ମଙ୍ଗଳବାର ପୁରୀରୁ ଗଡିବନି ବସ୍। ଦିନିକିଆ ଚକ ବନ୍ଦ ଡାକରା ଦେଇଛନ୍ତି ପୁରୀ ବସ ମାଲିକ ସଂଘ । ପ୍ରକାଶ ଯେ ,  ଜଣେ ବସ୍ ଚାଳକଙ୍କୁ ମାଡ ମାରି ହତ୍ୟା କରିବା ଅଭିଯୋଗ ଓ ପ୍ରତିବାଦରେ ପୁରୀ ବସ ମାଲିକ ପକ୍ଷରୁ ଦିନିକିଆ ଚକ ବନ୍ଦ ଡାକରା ଦିଆଯାଇଛି। ଏନେଇ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ସୋମବାରଏକ ସମ୍ମାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଧର୍ମଘଟରେ  ପୁରୀର ୨୦୦ଟି ବସ୍ ଏବଂ ୮୦୦ ଜଣେ କର୍ମଚାରୀ  ସାମିଲ ହେବେ। ତେଣୁ ଆସନ୍ତାକାଲି ପୁରୀରୁ ବିଭିନ୍ନ ଜିଲାକୁ ବସ୍ ରେ ଯାତାୟତ କରୁଥିବା ଯାତ୍ରିମାନେ  ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.