ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ୩୧ତମ ବାର୍ଷିକଉସ୍‌ବ

0 294

ମେଣ୍ଢାଶାଳ,୩/୨(ଏସଏସନିୟୁଜ) ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ୩୧ତମ ବାର୍ଷିକ ପୁରସ୍କାର ବିତରଣୀ ଉସ୍‌ବ ସୋମବାରଦିନଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ମାଧ୍ୟମିକ ଶିକ୍ଷାନିର୍ଦ୍ଦେଶାଳୟର ଯୁଗ୍ମନିର୍ଦ୍ଦେଶକ ବୃନ୍ଦାବନ ଶତପଥି,ଭୁବନେଶ୍ୱରବ୍ଲକ ଅଧକ୍ଷ ଅବିନାଶପଟ୍ଟନାୟକ ମୁଖ୍ୟବକ୍ତା,ସତ୍ୟନାରାୟଣ ହୋତା, ଜଟଣୀ ବ୍ଲକଶିକ୍ଷ।।ଧିକାରୀରମେସଚନ୍ଦ୍ର କଟେଇ ,ସରପଂଚ ମମତା ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଶିକ୍ଷା ସହ କ୍ରିଡାପ୍ରତି ଆଗ୍ରହ ରଖିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଜୁନିୟର ବାଳକବିଭାଗରେ ଚମ୍ପିୟାନ ରୁପେ ପ୍ରଳୟ ମହାକୁଡ, ଜୁନିୟର ବାଳିକାବିଭାଗରେ ଚମ୍ପିୟାନ ରୁପେ ସାଗରିକା ବଳିଆରସିଂ, ସନିୟର ବାଳକବିଭାଗରେ ଚମ୍ପିୟାନ ରୁପେ ଅଜୟକୁମାର ନାୟକ ,ସିନିୟର ବାଳିକା ବିଭାଗରେ ଚମ୍ପିୟାନ ରୁପେ ଚିନ୍ମୟମାଝୀ ଙ୍କ ସମେତ ଅନ୍ୟ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ କପ ପ୍ରଦାନ କରିଥିଲେ ।ବରିଷ୍ଠ ଶିକ୍ଷୟତ୍ରୀ ପ୍ରଭାତିପ୍ରଧାନ ସ୍ୱାଗତଭାଷଣ ଦେଇଥିବାବେଳେ ବରିଷ୍ଠଶିକ୍ଷକ ପୁର୍ଣଚନ୍ଦ୍ରମିଶ୍ର ଓ ପ୍ରେମସାଗର ହେମ୍ରମ ମଂଚ ପରିଚାଳନା କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ଆକର୍ଷଣିୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

Leave A Reply

Your email address will not be published.