ମନ୍ତ୍ରିମଣ୍ଡଳରୁ ବିଦାହେଲେ ପାର୍ଥ ଚାଟାର୍ଜୀ

0 287

ଭୁବନେଶ୍ୱର,୨୮/୭(ଏସଏସନିଉଜ) ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଓ ୫ କିଲୋ ସୁନା ଜବତ ହେବାପରେ ଅଡୁଆ ବଢିବାରେ ଲାଗିଥିଲା । ଅର୍ପିତାଙ୍କ ଘର ନା କୁବେର ଭଣ୍ଡାର ବୋଲି ଚର୍ଚ୍ଚା ଯୋର ଧରିଥିଲା ।ତେବେ ଜବତ ହୋଇଥିବା ଟଙ୍କାକୁ ଇଡି ଅଧିକାରୀମାନେ ଏମିତି ସଜାଇ ରଖିଛନ୍ତି ଦେଖନ୍ତୁ । ଏହାପରେ ପଶ୍ଚିମବଙ୍ଗ ସରକାର ବଡନିଷ୍ପତି ନେଇଛନ୍ତି ।ମନ୍ତ୍ରିମଣ୍ଡଳରୁ ବିଦାହୋଇଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ରାଜ୍ୟ କ୍ୟାବିନେଟ୍ ବୈଠକରେ ପାର୍ଥଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି କାର‌୍ୟ୍ୟାନୁଷ୍ଠାନ ପରେ ବିଦା ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.