ମାସ୍କ ନପିନ୍ଧିଲେ ଖୋଳିବାକୁ ପଡିବ କବର-ଇଣ୍ଡୋନେସିଆ

0 521

ଆଜି ସକାଳର ଖବର ,ତାରିଖ ୧୬/୦୯/୨୦ ବୁଧବାର।
୧-ହସ୍ପିଟାଲ୍ ଅଗଣାରେ ମରିଗଲା ମାନବିକତା । ଚିକିତ୍ସା ବାଟ ଚାହିଁ ଚାହିଁ ଚାଲିଗଲା ଜୀବନ । ଢ଼େଙ୍କାନାଳରୁ ଆସିଲା ଚିକିତ୍ସା ଅବହେଳାର ହୃଦୟ ବିଦାରକ ଚିତ୍ର, ସ୍ତ୍ରୀର ଆଖି ଆଗରେ ସ୍ୱାମୀର ମୃତ୍ୟୁ।
୨-ଲୋକସଭାରେ ବଡ଼ ଖୁଲାସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ପାକିସ୍ତାନ ବେଆଇନ ଭାବେ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ଚୀନ୍‌କୁ ହସ୍ତାନ୍ତର କରିଦେଇଛି।
୩-ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି : କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି।
୪-ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍‌।
୫-ହାର୍ଡ ଇମ୍ୟୁନିଟିରେ କରୋନା ମହାମାରୀ ସମାପ୍ତ ହେବ ନାହିଁ ,କରୋନା ଭ୍ୟାକସିନ ଉତ୍ପାଦନରେ ଭାରତର ସହଯୋଗ ଅତି ଆବଶ୍ୟକ: ବିଲ୍ ଗେଟ୍ସ ।
୬-ଜିଲ୍ଲାରେ ଚିକିତ୍ସିତ ହେବେ ଗୁରୁତର କରୋନା ରୋଗୀ, ଏଣିକି ଭର୍ଚୁଆଲ ଆଇସିୟୁ ସୁବିଧା।
୭-୪ ବର୍ଷ ପରେ ଜେଲରୁ ମୁକୁଳି‌ବେ ଶଶିକଳା, ଜରିମାନା ନ ଭରିବାରୁ ଘୁଞ୍ଚିଲା ବର୍ଷ।
୮-ଉପ ନିର୍ବାଚନ ପ୍ରସ୍ତୁତି, ତିର୍ତ୍ତୋଲର ବିଜେଡି ନେତା ଅଶ୍ବନୀ ଦାସଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ।
୯-ଦେଶର ପ୍ରଥମ ୮ଟି ‘ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ତାଲିକାରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍।
୧୦-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ ୧୨ କୋଟି ଟଙ୍କା: କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ।
୧୧-ସାଂସଦଙ୍କ କଟିବ ୩୦% ବେତନ, ଲୋକସଭାରେ ବିଲ୍ ପାରିତ।
୧୨-ଜାନୁଆରୀ ପହିଲାରୁ ଇ-ମଷ୍ଟର ରୋଲ୍‌, ଖର୍ଚ୍ଚ ହେବ ୧୦କୋଟି।
୧୩-ଅରୁଣାଚଳ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ।
୧୪-ବିହାରରେ ଆଉ ଏକ ଏମସ୍ ହସ୍ପିଟାଲ ନିର୍ମାଣ ପାଇଁ ମଞ୍ଜୁରି ଦେଲା ମୋଦୀ କ୍ୟାବିନେଟ।
୧୫-ମାସ୍କ ନପିନ୍ଧିଲେ ଖୋଳିବାକୁ ପଡିବ କରୋନା ମୃତକଙ୍କ ପାଇଁ କବର, ଅଜବ ନିୟମ ଜାରି କଲା ଇଣ୍ଡୋନେସିଆର ପୂର୍ବ ଜାଭାର ପ୍ରଶାସନ ।
୧୬-ବିଏମସି ଠାରୁ ୨କୋଟି କ୍ଷତିପୂରଣ ଦାବି କ​ଲେ କଙ୍ଗନା।
୧୭-ପ୍ରଶ୍ନୋତ୍ତର ବନ୍ଦକୁ କଂଗ୍ରେସର ବିରୋଧ ସର୍ବଦଳୀୟ ବୈଠକ ଡାକିବାକୁ ଦାବି।
୧୮-ଲକଡାଉନ୍‌ରେ କର୍ମଚାରୀଙ୍କୁ ଫାଇଦା ଦେବ ଟାଟା ଷ୍ଟିଲ, ୨୦୧୯-୨୦ ଆର୍ଥିକ ବର୍ଷରେ କର୍ମଚାରୀଙ୍କୁ ୨୩୫ କୋଟି ଟଙ୍କାର ବୋନସ୍ ଦେବ କମ୍ପାନୀ।

Leave A Reply

Your email address will not be published.