ମାଟିରେ ମିଶିଲା ବିଜୁ ସ୍ମୁତି

0 326

ଭୁବନେଶ୍ବର:୧୯/୧୨(ଏସଏସଏନ) ବୁଧବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପୁରୀ ସ୍ୱର୍ଗଦ୍ୱାର ପରିସରରେ ଥିବା ବିଜୁ ସ୍ମୃତି ପୀଠର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି ।

ଏହା ସହିତ ଶ୍ରୀମନ୍ଦିର ପରିସରର ୭୫ ମିଟର ସୁରକ୍ଷା ଜୋନର ଉଚ୍ଛେଦ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି। ପଶ୍ଚିମ ଦ୍ୱାର ସମ୍ମୁଖ ବିଷ୍ଣୁ ଭବନ ସଂଲଗ୍ନ ଏକ ଘରକୁ ଭଙ୍ଗା ଯାଉଛି। ୨ ପ୍ଲାଟୁନ ପୁଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।ପ୍ରକାଶ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ମୁତିସ୍ଥଳ ଉଚ୍ଛେଦ କରିବାକୁ ଘୋଷଣା କରିଥିଲେ । ଏବେ ପୁରୀରେ ଉଚ୍ଛେଦ କାର୍ଯ୍ୟ ଜାରିରହିଥିବା ବେଳେ ଗତକାଲି କିଛି ବେସରକାରୀ ଘର ସହ କାଳିଚରଣ ଲଜ୍ ଓ ରାୟ ବାହାଦୁର ଲଜ୍କ ମଧ୍ୟ ଭଙ୍ଗା ଯାଇଥିବା । ତେବେ ବିଜୁବାବୁଙ୍କର ସ୍ମୁତିସ୍ଥଳକୁ   ରାତାରାତି ଜିଲ୍ଲାପାଳ ଓ ବରିଷ୍ଟ ଅଧିକାରୀଙ୍କ ଉପସ୍ଥିତିରେ  ଉଚ୍ଛେଦ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.