ମାଟ୍ରିକ ପରୀକ୍ଷା ପାଇ ବଡ ଖବର

0 359

ଭୁବନେଶ୍ବର,୩/୧(ଏସଏସନିୟୁଜ)ଏଥର ୮୦ ମାର୍କର ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ୫୦ ମାର୍କ ଓଏମଆର ଓ ୩୦ ମାର୍କ ସବଜେକ୍ଟିଭ;୨୦ ମାର୍କ ପାଇଁ ହେବ ଆଭରେଜ ମାର୍କପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ମୂଲ୍ୟାୟନ ହେବ । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ ମାର୍କ ପାଇବେ । ସେହିପରି ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ହଷ୍ଟେଲ ଖୋଲିବ କି ନାହିଁ ପରବର୍ତୀ ସମୟରେ ନିଷ୍ପତି ନିଆଯବି ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ ଓ କଲେଜ । ଅର୍ଥାତ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପାଠପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ । ଶନିବାର ଓ ରବିବାର ବି ହେବ ପାଠପଢ଼ା । ୧୦୦ ଦିନ ପାଠପଢ଼ା ଯିବା ପରେ ମେ ୩ରେ ଦଶମ ବୋର୍ଡ ପରୀକ୍ଷା ଓ ମେ ୧୫ ରୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ସ୍କୁଲ ।
କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ। ଆସନ୍ତା ମେ’ ମାସରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବାକି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢ଼ା ଜାରି ରହିବ।
ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ହେବ। ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ। ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବ। ସେହିପରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେପରି କୋଭିଡ୍ କଟକଣା ଅନୁଯାୟୀ ସ୍କୁଲ ଆସିବେ ଓ ପାଠପଢ଼ା ହେବ ସେଥିପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା (ଏସ୍ଓପି) ଜାରି ହୋଇଛି। ଏହି ଏସ୍ଓପି ଅନୁଯାୟୀ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ।

Leave A Reply

Your email address will not be published.