ମେଣ୍ଢାଶାଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମେଣ୍ଢାଶାଳ,୧୭/୯(ଏସଏସ ନିଉଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ୭୫ତମ ଜନ୍ମଦିବସ ଉପଲକ୍ଷେ ମେଣ୍ଢାଶାଳ ଗ୍ରାମରେ ଏକ ବୃକ୍ଷ ରୋପଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ଗ୍ରାମପଞ୍ଚାୟତ ସରପଞ୍ଚ କୌସଲ୍ୟା ବଳୀଆରସିଂହ ଓ ଗ୍ରାମପଞ୍ଚାୟତର କାର୍ଯନିର୍ବାହୀ ଅଧିକାରୀ ଦୀପ୍ତିମୟୀ ନାୟକଙ୍କ ସପୌରହିତରେ ସ୍ଥାନୀୟ ଖେଳପଡିଆର ଚାରିପଟେ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯକର୍ମରେ ଗ୍ରା:ପର ସମସ୍ତ ୱାର୍ଡ ମେମ୍ବର, ଆଶାକର୍ମୀ ଓ ମହିଳା ସ୍ଵୟଂ ସଂଘର ସଦସ୍ୟମାନେ ଯୋଗଦାନ କରିଥିଲେ।ବୃକ୍ଷ ରୋପଣ ପାଇଁ ସ୍ଥାନୀୟ ବନବିଭାଗ ତରଫରୁ ଅନେକ ପ୍ରଜାତିର ବୃକ୍ଷ ଚାରାମାନ ଯୋଗେଇ ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦାନ ଦେଇ।ସ୍ଥାନୀୟ ବନକର୍ମଚାରୀଙ୍କ ଉପସ୍ଥିତି ରେ ବୃକ୍ଷରୋପଣ କରାଯାଇଥିଲା।
(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.