ମେଣ୍ଢାଶାଳରେ ଶାରଦୀୟ ଦୂର୍ଗାଉତ୍ସବ ଉଦଯାପିତ

ମେଣ୍ଢାଶାଳ,୩।୧୦(ଏସଏସନିଉଜ) ମେଣ୍ଢାଶାଳରେ ଥିବା ବିଭିନ୍ନ ମନ୍ଦିର ଓ ମେଣ୍ଢାଶାଳ ବଜାରରେ ଥିବା ଦୁର୍ଗାପୂଜା କମିଟି ମାଧ୍ୟମରେ ୨୬ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଆଜି ସନ୍ଧ୍ୟାରେ ବଜାରକମିଟି ସଭ୍ୟମାନଙ୍କ ଦ୍ଵାରା ଦୁର୍ଗାମୂର୍ତ୍ତି ବିସର୍ଜନ କରାଯାଇଛି।ଗ୍ରାମର ବାସନ୍ତୀସାମନ୍ତରାଙ୍କ ବାଡି ରେ ମାଟିତଳୁ ବାହାରି ଥିବା ବାନଦୂର୍ଗାପୀଠକୁ ମଙ୍ଗଳବାରଠାରୁ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।ସେହିପରି ଶାନ୍ତିକୌଶଲ୍ୟା କଲ୍ୟାଣମଣ୍ଡପ ଠାରେ ଥିବା ମାଦୁର୍ଗାଣୀଙ୍କ ଠାରେ ମହାଷ୍ଟମୀଦିନ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ବିତରଣ କରାଯାଇଥିଲା। ଶ୍ମଶାନ ପାଖରେ ଥିବା ରାମଚଣ୍ଡୀ ପୀଠରେ ପୂଜର୍ଚ୍ଚନା କରାଯାଇ ପ୍ରସାଦ ବିତରଣ କରାଯାଇଥିଲା।ଗ୍ରାମରେ ଥିବା ମା କଳିକାଦେବୀଙ୍କ ପୀଠପୂଜା, ଯଜ୍ଞ,ସଙ୍କୀର୍ତ୍ତନହୋଇ ମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସାଦ ବଣ୍ଟନ କରାଯାଇଥିଲା।
ମେଣ୍ଢାଶାଳ ଗ୍ରାମର ଅଗ୍ରଣୀ ଯୁବଅନୁଷ୍ଠାନ ପ୍ରେଣ୍ଡ୍ କଲ୍ଚରାଲ ଗୃହ ମାଧ୍ୟମରେ, ଇଂ ଆଶୁତୋଷ ମହାପାତ୍ର ଓ ଅଜୟ ସିଂ ଦ୍ଵାରା ଲିଖିତ”ଦି ଟୋପା ଲୁହକୁ ଚେନାଏ ହସ ଓ କହିବାକୁ ଲାଜ ଶୁଣିବାକୁ ପାପ ,ମହେନ୍ଦ୍ର କୁମାର ପ୍ରଧାନଙ୍କ ଦ୍ଵାରା ନିର୍ଦ୍ଦେଶିତ କରାଯାଇଥିବା ଦେଖାଯାଇଥିଲା।ବର୍ଷା ହେବା ସତ୍ବେ ବହୁସଂଖ୍ୟକ ଦର୍ଶକଙ୍କ ଉପସ୍ଥିତ କଳାକାର ମାନଙ୍କୁ ଉସାହ ଯୋଗାଇବା ସହ ଦର୍ଶକମାନେ ନାଟକକୁ ଭରପୁର ଉପଭୋଗ କରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.