ମିଳିଲା ବାରହାର ମୃତଦେହ

0 119

ମେଣ୍ଢାଶାଳ, ୨୦/୧୧ (ଏସଏସନିଉଜ) ଯାମୁଝରସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରଶ୍ରମ ପରିସର ରେ ଏକ ଦନ୍ତା ବାରାହାର ପଚା ଶବ ପଡିଥିବା ଦେଖାଯାଇଥିଲା । ଶୁକ୍ରବାରଦିନ କିଛି ଅନ୍ତେବାସୀ ଦେଖିବାପରେ ଜେଲରଙ୍କ ଦୃଷ୍ଟିକୁ ଆଣିଥିଲେ। ଜେଲ ତରଫରୁ ବନବିଭାଗକୁ ଖବର ଦିଆଯିବାପରେ ଶନିବାର ସକାଳେ ହଳଦିଆ ରେଞ୍ଜର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଁଚିଥିଲେ ।ଏହାପରେ ବନବିଭାଗ କର୍ମଚାରୀମାନେ ମେଡିକାଲ ଅଫିସରଙ୍କୁ ନେଇ ଘଟଣା ସ୍ଥଳରେ ମୃତବାରାହାର ଶବ ବ୍ୟବଚ୍ଛେଦ କରିବାପରେ ଜେଲ ଭିତରେ ପୋତି ଦେଇଛନ୍ତି। ବାରାହାଟି ଜଙ୍ଗଲରୁ ବାହାରି ୪ ଦିନ ପୁର୍ବେ ଧାନଖାଇବାକୁ ଗହିରକୁ ଆସିଥିଲା । ବାରାହା ଧାନ ଖାଇଥିବାରୁ କେହି ଚାଷି ବିଲୁଆମରା ବିସ୍ଫୋରଣଗୋଳା ଧାନ ବିଲରେ ପକାଇଥିବାର ଅନୁମାନ କରାଯାଇଛି ।ଗୋଳାଖାଇବା ଯୋଗୁ ଏହାଫୁଟି ବାରାହାଟିର ମୁହଁ ଫାଟିଯାଇଥିବା ଦେଖାଇଥିଲା । ବିସ୍ଫୋରଣ ପରେ ବାରାହାଟି ବିକଳରେ ଦୌଡି ମୁକ୍ତାକାଶ କାରାଶ୍ରମର ପାଣି ନିଷ୍କାସନ ନଳାବାଟେ ଭିତରକୁ ପଶିଆସି ଏକ ଅଧାଖୋଳା ପୋଖରୀ ଠାରେ ମରିପଡିଥିବା ଦେଖାଯାଇଥିଲା। ମୃତ ବାରାହାର ଦେହସାରା ପୋକ ସାଲୁବାଲୁ ହୋଇ ପଡିଥିବା ଦେଖାଯାଇଥିଲା।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.