ମିଳିଲା ଗ୍ରିନ୍ ସିଗ୍ ନାଲ ଗଡିବ ରଥ

0 482

ଭୁବନେଶ୍ୱର,୭/୫(ଏସଏସନିୟୁଜ)ଗଡିବ ରଥ,ଶେଷରେ ରଥଯାତ୍ରା ପାଇଁ ମିଳିଛି ଅନୁମତି ।କେନ୍ଦ୍ରସକାରଙ୍କ ନିଷ୍ପତି ମୁତାବକ ରଥଯାତ୍ରା ଅନୁଷ୍ଠିତ ହେବ ।ଏଥିପାଇଁ କେନ୍ଦ୍ରସରକାର ଅନୁମତି ଦେଇଛନ୍ତି ।ରଥଯାତ୍ରା ପୁର୍ବରୁ ରଥକାର୍ଯ୍ୟ ସାରିବାକୁ ମଧ୍ୟ କୁହାଯାଇଛି ।ରାଜ୍ୟସରକାର ଦୁଇଦିନ ପୁର୍ବରୁ କେନ୍ଦ୍ରସରକାରଙ୍କ ଉପରେ ରଥଯାତ୍ରାର ନିଷ୍ପତି ନେବାକୁ କହିଥିଲେ ।ଶେଷରେ କେନ୍ଦ୍ରସରକାର ରଥଯାତ୍ରା ପାଇଁ ଅନୁମତି ଦେଇଥିବାର ଜଣାପଡିଛି । ତେବେ ରଥ ନିର୍ମାଣ ସମୟରେ ଲକ୍ଡ଼ାଉନ ନିୟମ ଯେପରି ଉଲ୍ଲଙ୍ଘନ ହେବ ନାହିଁ ତାହାକୁ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଗୃହ ବିଭାଗ ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ।ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ  ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିଲା । ରଥ ଖଳା କୌଣସି ପବ୍ଳିକ୍ ପ୍ଳେସ୍‌ ହୋଇନଥିବାରୁ ଏଠାକୁ କୌଣସି ସାଧାରଣ ଲୋକ ଆସିବାର ଆଶଙ୍କା ନାହିଁ । ଏଣୁ ଏଠାରେ ଧାର୍ମିକ ଏକତ୍ରୀକରଣ ହେବ ନାହିଁ । ଏଥିସହିତ ଭାରତ ସରକାରଙ୍କ ଲକ୍‌ଡାଉନ୍‌ ଗାଇଡଲାଇନ୍‌ ଏବଂ କୋଭିଡ-୧୯ ମୁକାବିଲା ନେଇ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପରେ ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ରଥ ନିର୍ମାଣ ନେଇ ଅନୁମତି ମଗାଯାଇଥିଲା ପରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲେ । ତେବ ଗୁରୁବାର ଏ ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ ।ତେବେ ଅନ୍ୟପକ୍ଷରେ ରଥଯାତ୍ରା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଛି କେନ୍ଦ୍ର । ସେହି ସମୟର ପରିସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର ବୋଲି କେନ୍ଦ୍ର ପରାମର୍ଶ ଦେଇଛି ।

Leave A Reply

Your email address will not be published.