ମିଳିଲା ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ,ଉପକୃତ ହେଲେ ୨୦୪୮୩୫ ଜଣ

0 313

ଭୁବନେଶ୍ୱର,୪/୪(ଏସଏସନିୟୁଜ) କରୋନା ଯୋଗୁ ପ୍ରଭାବିତ ସହରାଂଚଳ ନିରାଶ୍‌ୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି ।ଗତ୨୭ତାରିଖରୁ ପୈାରାଂଚଳମାନଙ୍କରେ ଏହି ମାଗଣା ରନ୍ଧାଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି ।ଆଜି ସୁଦ୍ଧା ୧୧୪ଗୋଟି ପୈାରାଂଚଳର ୨୦୩୫ଟି ଓାର୍ଡ ମଧ୍ୟରୁ ୧୪୪୫ଟି ଓାର୍ଡରେ ମାଗଣାରେ ରନ୍ଧାଖାଦ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇ ୨୦୪୮୩୫ ଜଣ ଉପକୃତ ହୋଇଛନ୍ତି । କରୋନା ନେଇ ରାଜ୍ୟସରକାରଙ୍କ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ସର୍ତକତା ପାଳନ କରାଯାଇ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି ।

ସେହିପରି ପୈାରାଂଚଳରେ ପଞିକୃତ ଷ୍ରିଟ୍ ଭେଣ୍ଡରମାନଙ୍କୁ ୩ହଜାରେ କରି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।ଗତ୩୧ତାରିଖରୁ ଏହି ଆର୍ଥିକ ସହାୟତା ପ୍ରଦାନ ଆରମ୍ଭ ହୋଇଛି ।ମୋଟ୍ ୬୫ହଜାରେ ପଞିକୃତ ଷ୍ରିଟ୍‌ଭେଣ୍ଡରଙ୍କୁ ଏହି ସହାୟତା ପ୍ରଦାନ ଲକ୍ଷ ରଖାଯାଇ ଆଜି ସୁଦ୍ଦା୬୧ଗୋଟି ସହରାଂଚଳର ୧୯୭୫୯ଜଣଙ୍କୁ ୫କୋଟି୯୨ଲକ୍ଷ୭୭ହଜାରେ ଟଙ୍କା ପ୍ରଦାନ କରାଯାଇଛି ।ଯଥାଶିଘ୍ର ଏହାକୁ ସମ୍ପୁର୍ଣ କରିବାକୁ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.