ମହଙ୍ଗା ପଡିଲା ବାହାରେ ବୁଲିବା ,୧୩ ଜଣ ଗଲେ କ୍ୱାରେଣ୍ଟାଇନ୍‌

0 271

ଭୁବନେଶ୍ୱର:୪/୪(ଏସଏସଏନ୍)କଥାରେ ଅଛି  ମୋତେ ଯେତେ ମାଠିବୁ ମାଠ୍ ମୁ ସେଇ ଦରପୋଡା କାଠ୍ । ସେମିତି ଏକ ଦୃଶ୍ୟ ଭୁବନେଶ୍ବରରେ ଦେଖିବାକୁ ମିଳିଛି  ।ସମଗ୍ର ବିଶ୍ବ ସହିତ ଓଡ଼ିଶା ଏବେ କରୋନା ମହାମାରୀ ସହ ସଂଗ୍ରାମ କରୁଛି । ଅତ୍ୟନ୍ତ ସମ୍ବେଦନଶୀଳ ସମୟ ଦେଇ ମାନବ ସଭ୍ୟତା ଗତି କରୁଛି ।  ମହାମାରୀ କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ  ଘରେ ରୁହ ସୁସ୍ଥ ରୁହ ବୋଲି ସରକାର ବାରମ୍ବାର କହି ଆସୁଛନ୍ତି ।  ବର୍ତ୍ତମାନ ଦେଶବାସୀଙ୍କ ନୈତିକ ମନୋବଳ ଦୃଢ଼ କରିବା ସହ ସାମାଜିକ ଦୂରତ୍ୱ ଓ ଲକଡାଉନ କାଳରେ ନିର୍ଦ୍ଦେଶାବଳୀଗୁଡିକୁ ପାଳନ କରିବା ନେଇ ଲୋକମାନଙ୍କୁ ସଚେତନ କରାଇବାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର  ଗୁରୁଦାୟିତ୍ୱ ତୁଲାଇଆସୁଛନ୍ତି । ଯାହା ପାଇଁ   ଲଗ୍ ଡାଉନ ପରେ ୪୮ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ହେଲେ  ଶଟ୍ ଡାଉନ୍  ବେଳେ ନିୟମ କୁ ଉଲଘ୍ନ କରି ବାହାରେ ବୁଲିବା ୧୩ ଜଣଙ୍କୁ  ମହଙ୍ଗା ପଡ଼ିଛି । ଏମାନଙ୍କ ଭିତରେ ଜଣେ ମହିଳା ଥିବା ଜଣାପଡିଛି ।  ବାହାରେ ବୁଲୁଥିବା ବେଳେ ପୋଲିସ ଅମାନିଆ ୧୩ ଜଣଙ୍କୁ ନିୟମ ଭାଙ୍ଗିବା ଅଭିଯୋଗରେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ପଠାଯାଇଛି । ଆଉ ୬୪ ଜଣକୁ  ଅଟକ ରଖିଥିବା ପୋସିଲ  ଡିସିପି ସୂଚନା ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.