ସଂକ୍ଷେପରେ ୪/୪/୨୦ର ଖବର (ଶନିବାର)

0 463

୧-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା, ଗୋଟିଏ ଦିନରେ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ।
୨-ଗତକାଲି ରାତି ୮ଟା ଠାରୁ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ ସଟଡାଉନ୍ କଲେ ସରକାର।
୩-ବମିଖାଲ ଅଞ୍ଚଳରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ବଡ଼ ପଦକ୍ଷେପ । ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରି ବମିଖାଲକୁ କଲେ ସିଲ୍, କୌଣସି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ।
୪-ସଟଡାଉନ ପୁର୍ବରୁ ରାଜଧାନୀରେ ଅସମ୍ଭାଳ ଭିଡ଼, ବଜାର ଲୋକାରଣ୍ୟ,ବାରଙ୍ଗରେ ଲାଠି ଚାର୍ଜ।
୫-ଫୁଲବାଣୀରେ ହେବ କୋଭିଡ୍ ହସପିଟାଲ:୧୫୦ ଶଯ୍ୟା,୧୦ ଓଉଟ ୭ଦିନ ଭିତରେ କାର‌୍ୟ୍ୟକ୍ଷମ ହେବ ବୋଲି ସୂଚନା ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।
୬-ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ : ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ ବ୍ୟକ୍ତି, ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।
୭-ପୁଞ୍ଜି ବଜାରରେ ହ୍ରାସ ଧାରା ଜାରି,୬୭୪ ପଏଣ୍ଟ ଖସିଲା ସେନସେକ୍ସ୍।
୮-ଆଜିଠୁ ଜନଧନ ଖାତାଧାରୀ ମହିଳାଙ୍କୁ ଟଙ୍କା ପ୍ରଦାନ ଆରମ୍ଭ।
୯-ଛତିଶଗଡ:ଲକଡାଉନରେ ଜନ୍ମ ନେଲେ ଯାଆଁଳା ସନ୍ତାନ, ବାପା-ମା ପୁଅ ନା ରଖିଲେ ଉଙଠଓଊ ଏବଂ ଝିଅ ନା ରଖିଲେ ମକ୍ଟକ୍ସକ୍ଟଦ୍ଭବ।
୧୦-କେନ୍ଦ୍ରର କରୋନା ମୁକାବିଲା ସହାୟତା : ରାଜ୍ୟ ଗୁଡ଼ିକୁ ୧୧୦୯୨ କୋଟି ।
୧୧-ଏପ୍ରିଲ ୫ ରାତି ୯ଟାରେ ଘରର ଲାଇଟ ବନ୍ଦ କରି ଦେଶ ପାଇଁ ୯ ମିନିଟ୍ ଦେବା ପାଇଁ ନିବେଦନ କଲେ ପ୍ରଧାନମନ୍ତ୍ରୀ ମୋଦି।
୧୨-ଞଜଚର ସବୁ ରେକର୍ଡ ଭାଙ୍ଗିଲା ରାମାୟଣ, ମାତ୍ର ୪ ଦିନରେ ଦେଖିଲେ ୧୭୦ ମିଲିୟନ ଦର୍ଶକ।
୧୩-ଦୁଇ ଦିନରେ ଦେଶରେ ୬୪୭ ନୂଆ କରୋନା ସଂକ୍ରମିତ, ସମସ୍ତେ ତବଲିଗି ଜମାତ ସହିତ ସମ୍ପୃତ।
୧୪-କରୋନା ପାଇଁ ଚିନ ଠାରୁ କ୍ଷତିପୂରଣ ଦାବି କଲା ଓଉଔ । ଜାତିସଂଘ ମାନବାଧିକାର ପରିଷଦରେ ପିଟିସନ ଦାୟର।

Leave A Reply

Your email address will not be published.