ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା , ଶିଶୁବିକାଶ ଓ ମିଶନଶକ୍ତି ବିଭାଗ

0 250

ଭୁବନେଶ୍ୱର,୧୭/୧୨-(ଏସ୍ଏସ୍ ନିଉଜ) ମୋସରକାର ରେ ସାମିଲ ହୋଇଛି ମହିଳା , ଶିଶୁବିକାଶ ଓ ମିଶନଶକ୍ତି ବିଭାଗ । ଏହି ବିଭାଗଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସହିତ ସିଧା ସଳଖ କଥାହେବେ ସରକାର । ମଙ୍ଗଳବାର ଦିନ ଲୋକସଭା ଭବନରୁ ଭିଡିଓ କନଫରେନ୍ ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ମହିଳା ଶିଶୁବିକାଶ ଓ ମିଶନଶକ୍ତି ବିଭାଗ ଅଧିନରେ ମା ଓ ଶିଶୁମାନଙ୍କପାଇଁ ଅନେକ ଗୁରୁତ୍ୱପୁର୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀମାନଙ୍କ ପାଖରେ ଠିକଭାବରେ ପହଁଚିବା ସବୁଠାରୁ ଗୁରୁତ୍ୱପୁର୍ଣ । ଓଡିଶାରେ ମିଶନଶକ୍ତି କାର୍ଯ୍ୟକ୍ରମ ସୁଦୃଢ ହେବାସହିତ ମା ମାନଙ୍କର ସଶକ୍ତିକରଣ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି । ଏହିସବୁ ଭଲକାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନିତୀକୁ କୈ।ଣସି ପରିସ୍ଥିତିରେ ପ୍ରଶୟ ନଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ରକର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ହିତାଧିକାରୀଙ୍କର ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ ସଫଳତା । ଲୋକଙ୍କୁ ଉତମ ସେବା ଯୋଗଇଦେବା ହେଉଛି ମୋ ସରକାର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ । ଭଲକାମପାଇଁ ପ୍ରଶଂସା ଓ ଅବହେଳାପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ ।

ମହିଳା , ଶିଶୁବିକାଶ ଓ ମିଶନଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନିସାହୁ ମୋ ସରକାରକାର୍ଯ୍ୟକ୍ରମର ଉପାଦେୟତା ଉପରେ କହିଥିଲେ । ମୁଖ୍ୟଶାସନସଚିବ ଅସିତ ତ୍କୁମାର ତ୍ରିପାଠୀ ମୋସରକାର କାର୍ଯ୍ୟକ୍ରମ ସାରାଦେଶରେ ଏକ ଅଭନବ ପ୍ରୟାସ ହୋଇଥିବାରୁ ଏହାର ସଫଳ କାର୍ଯ୍ୟାକାରିତା ଉପରେ ବିଶେଷ ଦୃଷ୍ଟିଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।5ଟିସଚିବ ଭି.କାର୍ତିକେୟ ପାଣ୍ଡିଆନ୍ ମହିଳା , ଶିଶୁବିକାଶ ଓ ମିଶନଶକ୍ତି ବିଭାଗ କ୍ଷେତ୍ରକର୍ମଚାରୀମାନଙ୍କୁ ମୋ ସରକାରର କାର୍ଯ୍ୟକ୍ରମ ସର୍ମ୍ପକରେ ବିସ୍ତ୍ତତଭାବେ ବୁଝାଇବାସହ ହିତାଧିକାରୀମାନଙ୍କୁ ହଇରାଣ ହରକତ ନକରିବାକୁ ପାଣ୍ଡିଆନ ସର୍ତକ କରାଇଥିଲେ ।

Leave A Reply

Your email address will not be published.