ବାହାରିଲା କ୍ରିଡାଜ୍ୟୋତି ମଶାଲ୍

0 283

ଚନ୍ଦକା,୧୭/୧୨(ଏସ୍ଏସ୍ ନିଉଜ)ବାହାରିଲା ମଶାଲ ଶୋଭାଯତ୍ରା । ଶ୍ରୀଶ୍ରୀ ଭଗବତ ବାସୁଦେବମନ୍ଦିରରୁ ମଶାଲଧରି ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କଲେ ।ଏହି ଘଟଣା କିଛିି ସମୟ ନିମନ୍ତେ ସମସ୍ରଙ୍କର ଦ୍ୱନ୍ଦର କାରଣ ପାଲଟିଥିଲା । ଏହିଭଳି ଏକ ପରିବେଶ ମେଣ୍ଢାଶାଳ ଗ୍ରାମରେ ସୃଷ୍ଟିହୋଇଥିଲା । ପରେ ଏହା କ୍ରିଡାଜ୍ୟୋତିମଶାଲ ବୋଲି ଜଣାପଡିଥିଲା ।

ମେଣ୍ଢାଶାଳସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକକ୍ରିଡା ପ୍ରତିଯୋଗୀତା ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଛି । ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନା,ସରପଂଚ ମମତାବେହେରା, ଶିକ୍ଷାବିତ୍ ସୁରେନ୍ଦ୍ରନାଥ ସାମନ୍ତରାୟ ପ୍ରମୁଖ ଉଦଘାଟନୀ ଉସବରେ ଅତିଥିଭାବେ ଯୋଗଦାନ କରିଥିଲେ । କେବଳ ଶିକ୍ଷାନୁହେଁ ଏହାସହିତ କ୍ରିଡାର ଆବଶ୍ୟକତା ରହିବା ଦରକାର ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।ଛାତ୍ରଛାତ୍ରୀମାନେ ଗ୍ରାମର ଆରାଧ୍ୟ ଶ୍ରୀଶ୍ରୀଭଗବତ ବାସୁଦେବମନ୍ଦିରରୁ କ୍ରିଡାଜ୍ୟୋତି ମଶାଲଧରି ଗ୍ରାମ ପରିକ୍ରମା କରି ଖେଳପଡିଆ ନିକଟରେ ପହଁଚିବାପରେ କ୍ରିଡାପ୍ରତିଯୋଗୀତାର ଅୟାରମ୍ଭ ହୋଇଥିଲା । ବିଦ୍ୟାଳୟର ୪୮୧ଜଣ ଛାତ୍ରଛାତ୍ରୀ ଦୈ।ଡ,ଲମ୍ବଡିଆଁ, ଉଚ୍ଚଡିଆଁ,ଡିସ୍କସ୍ ଥ୍ରୋ ,ସାଇକେଲରେସ୍ ଆଦି ପ୍ରତିଯୋଗତାରେ ଭାଗ ନେଇଥିଲେ । ବିଶ୍ୱାମିତ୍ର ଷଡଙ୍ଗୀ,ବ୍ରହ୍ମାନନ୍ଦ ମୁର୍ମୁ ,ତୁଷାରକାନ୍ତ ପ୍ରଧାନ,ପ୍ରମୁଖ ଏହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.