ପ୍ରୋଟିନ ରାଜାର କରାମତି

0 1,033

ଭୁବନେଶ୍ୱର,୧୭/୧୨(ଏସ୍ଏସ୍ ନିଉଜ) କାବୁଲି ବୁଟ ଏକ ପ୍ରୋଟିନଯୁକ୍ତ ଖାଦ୍ୟ ।ଏହାକୁ ପ୍ରୋଟିନର ରାଜା ବୋଲି କୁହାଯାଏ ।ଏବେ ଆସନ୍ତୁ ଜାଣିବା କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର?
କାବୁଲିବୁଟ ସେବନ କରିଲେ ଶରୀରର ତାପମାତ୍ରା ଠିକ ରହିଥାଏ ।
ଏଥିରେ ପ୍ରଚୁର ପରିମାଣର ଆଇରନ ଥିବାରୁ କାବୁଲି ବୁଟ ଖାଇଲେ ଏନିମିୟା ହେବାର ଆଶଙ୍କା କମିଥାଏ ।କାବୁଲିବୁଟରେ ଫାଇବର ଅଛି ।ଏହା ଭୋକଙ୍କୁ ନିୟନ୍ତ୍ରିତ କରିଥାଏ ଓ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
କାବୁଲି ବୁଟରେପ୍ରାୟ ୨୮ପ୍ରତିଶତ ଫସଫରସ ରହଛି ।ଏଣୁ କିଡନିର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ । କାବୁଲି ବୁଟ କୋଲେଷ୍ଟ୍ରଲ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପଗ୍ରସ୍ଥ ରୋଗୀମାନଙ୍କପାଇଁ କାବୁଲି ବୁଟ ଅତ୍ୟନ୍ତ ଲାଭଦାୟକ ଅଟେ ।ଏଥିରେ ପଟାସିୟମ ଓ ମ୍ୟାଗ୍ନେସିଅମ୍ ଥିବାରୁ ରକ୍ତଚାପ ନିୟନ୍ତ୍ରଣକରିବାରେ ସହାୟକ ହୋଇଥାଏ ।
କାବୁଲି ବୁଟ ହଜମକ୍ରିୟାକୁ ମଧ୍ୟ ମଜବୁତ କରିଥାଏ ।
କାବୁଲି ବୁଟ ସେବନ କରିଲେ ମହିଳାମାନଙ୍କର ହରମୋନ୍ ଅସନ୍ତୁଳନର ସମସ୍ୟା ରହିନଥାଏ ।ଏହାର ସେବନ ଫଳରେ ସ୍ତନକର୍କଟର ଆଶଙ୍କା ହ୍ରାସ ପାଇଥାଏ ।

Leave A Reply

Your email address will not be published.