ବେଆଇନ ମୋରମ ଚୋରା ଚାଲଣ , ୪ଗିରଫ ,ଗାଡି ଜବତ

0 301

ଭୁବନେଶ୍ବର -୧୬/୧୨-(ଏସ୍ ଏସ୍ ଏନ୍ )ବେଆଇନ ଭାବରେ ମୋରମ ଚୋରା ଚାଲଣ କରିବା ଅଭିଯୋଗରେ ୪ଜଣକୁ ଗିରଫ କରିଛି ଚନ୍ଦକା ପୋଲିସ । ସେମାନଙ୍କ ଠାରୁ ୨ଟି ହାଇଓ୍ବା ଗାଡି ସହ ୨ଟି ଜେସିବି କୁ ଜବତ ମଧ୍ୟ  କରିଛି ।ପ୍ରକାଶ ଯେ ,  ଚନ୍ଦକା ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଭାବେ ମୋରମ ଚୋରା ଚାଲଣ । ଏଭଳି ଅଭିଯୋଗ ବାରମ୍ବାର ହେବାପରେ ତତ୍ପର ଦେଖାଇଛି ଚନ୍ଦକା ପୋଲିସ । ଯାହାଫଳରେ ସୋମବାର ଦିନ ଅଙ୍ଗାରପଡା ପଞ୍ଚାୟତ ପାଣିଓଳା  ନିକଟରେ ଥିବା ପାହାଡ ଉପରେ ଚାଲିଥିଲା ଚୋରା ମୋରମ ଖାଦନ ।ଖବର ପାଇ ଚନ୍ଦକା ପୋଲିସ  ସେଠାରେ ପହଁଚି ଚଢଉ କରିଥିଲା । ଚଢାଉ କରି ସେଠାରୁ ବ୍ୟବହୃତ ହୋଇଥିବା ୨ ହାଇଓ୍ବା ଗାଡି , ୨ ଟି ଜେସିବି ଜବତ କରିବା ସହ ୪ ଜଣ ଗାଡି ଚାଳକକୁ ଗିରଫ କରିଥିଲା ।ମଙ୍ଗଳବାର ଦିନ ୪ ଅଭିଯୁକ୍ତକୁ କୋର୍ଟ ଚାଲଣ କରିବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.