୩୬ ବର୍ଷ ପରେ ଏକାଠି ହେଲେ

0 499

ଭୁବନେଶ୍ବର:୧୬/୧୨-(ଏସ୍ ଏସ୍ ଏନ୍) ଦୀର୍ଘ ୩୬ ବର୍ଷ ପରେ ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ୧୯୮୩ ବର୍ଷର ଛାତ୍ର ଛାତ୍ରିମାନଙ୍କ  ରବିବାର ଦିନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।  ପାରମ୍ଭରେ ପ୍ରର୍ଥମେ ବନ୍ଧୁ ପ୍ରତାପ ଚନ୍ଦ୍ର ରାଉତରାୟଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଦୀର୍ଘ ୩୬ ବର୍ଷ ପରେ ସ୍କୁଲ ବେଳର ସାଙ୍ଗସାଥିଙ୍କୁ ପାଖରେ ପାଇ  ନିଜ ନିଜ ଭିତରେ ସୁଖ ଦୁଃଖ ବାଣ୍ଟିଥିଲେ  ।ଏହି ବନ୍ଧୁ ମିଳନରେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ଦ୍ବିତୀୟ ରବିବାରରେଏକାଠି ହେବା ପାଇଁ ନିଷ୍ପତି ହୋଇଥିଲା । ଆଗାମୀ ବର୍ଷ  ବନ୍ଧୁମିଳନରେ ସ୍କୁଲର ସମସ୍ୟା ଉପରେ ଆଲୋଚନା କରାଯିବା ନେଇ ସ୍ଥିର କରାଯାଇଥିଲା ।

Leave A Reply

Your email address will not be published.