ମୃତ ନାବାଳିକାଙ୍କ ପରିବାରଙ୍କୁ ସମବେଦନା

0 576

ଡେଲାଙ୍ଗ ,୯ା୧୦ (ଏସଏସନିୟୁଜ )ପୋଖରୀରେ ଗାଧୋଇଲା ବେଳେ ଗୋଡ଼ ଖସିଯିବାରୁ ମୃତ୍ୟୁମୁଖରେ ପଡ଼ିଥିବା ଡେଲାଙ୍ଗ ଥାନା ଅଚଂଳ ମୋଟରି ଗ୍ରାମପଞ୍ଚାୟତର ଗଣ୍ଡପଡ଼ା ଗ୍ରାମର ମୃତ ଲିଜା ବେହେରା (୧୦) ଓ ଦିପ୍ତୀ ଓରଫ୍ ଟିକି ବେହେରା (୮)ଙ୍କ ପରିବାରକୁ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରମଣୀରଞ୍ଜନ ଚମ୍ପତିରାୟ, ସଞ୍ଜୟ କୁମାର ଜେନା ଓ ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଗୁରୁବାର ସାକ୍ଷାତ କରି ଦୁଇ ବାଳିକାଙ୍କ ଆକସ୍ମିକ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆଶ୍ୱାସନା ଦେଇଛନ୍ତି । ଦୁଇ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ରେଡ଼କ୍ରସ୍ ଓ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଶିଶୁ ତଥା ପିଲାମାନେ ପାଣିକୁ ଯିବା ବେଳେ ଅଭିଭାବକମାନେ ନିଜ ଦୃଷ୍ଟି ମଧ୍ୟରେ ରଖିବାକୁ ଯତ୍ନଶୀଳ ହେଲେ ଏପରି ଦୁର୍ଘଟଣାର ଶୀକାର ହେବା ନାହିଁ ବୋଲି ମହିଳା ମହାସଂଘ ସମ୍ପାଦିକା ଶ୍ରୀମତୀ ସାହୁ ଉପସ୍ଥିତ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ବିଜେପି ପୁରୀ ଜିଲ୍ଲା ସଭାପତି ତଥା ସ୍ଥାନୀୟ ନେତା ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଦୁଇ ବାଳିକାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଯଥୋଚିତ ସରକାରୀ ସହାୟତା ପାଇଁ ଦାବି କରିବେ ବୋଲି ମତପ୍ରକାଶ କରିଥିଲେ । (ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.